ପ୍ରଚଣ୍ଡ ତାତିର ଅସ୍ୟବ୍ୟସ୍ତ ଜନଜୀବନ: ରାଜଧାନୀରେ ଡହଡହ ଖରା, ଉପରମୁହାଁ ପାରଦ

Apr 25, 2022 - 08:45
 59
ପ୍ରଚଣ୍ଡ ତାତିର ଅସ୍ୟବ୍ୟସ୍ତ ଜନଜୀବନ: ରାଜଧାନୀରେ ଡହଡହ ଖରା, ଉପରମୁହାଁ ପାରଦ
ଭୁବନେଶ୍ୱର ୨୫/୦୪: ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ସାରା ରାଜ୍ୟ । ଅସହ୍ୟ ଗରମ, ଗୁଳୁଗୁଳି ସହ ଝାଞ୍ଜିମାଡରେ ସିଝୁଛନ୍ତି ଲୋକେ । ଉପାନ୍ତରୁ ଉପକୂଳ ଲୋକେ କଲବଲ । ପ୍ରବଳ ଗରମରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ସକାଳ ୯ଟା ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଅତି ଜରୁରୀ ନଥିଲେ ଘରୁ ବାହିରିହେଉନି । ବିଶେଷକରି ଭୁବନେଶ୍ୱରର ତାପମାତ୍ରା ଉପରମୁହାଁ ରହୁଛି । ଗତ ତିନିଦିନ ହେବ ଅସହ୍ୟ ଖରା, ଗରମ ଅନୁଭୂତ ହେଉଛି । ଆଜି ମଧ୍ୟ ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯.୪ ଡ଼ିଗ୍ରୀ ରହିଛି। ସେହିପରି ହୀରାକୁଦରେ ୩୯.୦ ଡ଼ିଗ୍ରୀ, କେନ୍ଦୁଝରରେ ୩୮.୦ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୨ ଡ଼ିଗ୍ରୀ, ସମ୍ବଲପୁରରେ ୩୮.୮ ଡ଼ିଗ୍ରୀ, ଝାରସୁଗୁଡାରେ ୩୮.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୭.୦ ଡ଼ିଗ୍ରୀ, ପାରାଦ୍ୱୀପରେ ୩୨.୨ ଡ଼ିଗ୍ରୀ, ପୁରୀରେ ୩୨.୪ ଡ଼ିଗ୍ରୀ ଓ ଗୋପାଳପୁରରେ ୩୦.୮ ଡ଼ିଗ୍ରୀ ତାପମାତ୍ରା ରହିଛି।