ପୋଷାକ ବିତରଣୀ ଉସôବ ଅନୁଷ୍ଠିତ

Dec 1, 2018 - 18:27
 157
ବାରିପଦା, ୧/୧୨(ସକାଳଖବର): ବାରିପଦା ବ୍ଲକ ସ୍ଥିତ ମହାରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣୀ ଉସôବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି କାନନ ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଏକାଉଣ୍ଟେନସି ମ୍ୟାନେଜଣ୍ଟ କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଓ ସମ୍ମାନୀତ ଅତିଥିଭାବେ ଉକ୍ତ କଲେଜର ଅଧ୍ୟାପକ ମଦନ ମୋହନ ସାହୁ, ଆଞ୍ଚଳିକ ସଂଯୋଜକ ପ୍ରଦୀପ କୁମାର ରଥ ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ମୋଜା ବଣ୍ଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲ ଲୋଚନ ମହାକୁଡ ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିବା ନୂତନ ପୋଷାକ ଓ ଜୋତା ଆଦି ପିନ୍ଧାଇଥିଲେ ।