ପୋଡ଼ିୟମ ଉପରକୁ ଚଢିବାକୁ ଚେଷ୍ଟା କଲେ ତାରା

Mar 31, 2023 - 07:48
 31
ପୋଡ଼ିୟମ ଉପରକୁ ଚଢିବାକୁ ଚେଷ୍ଟା କଲେ ତାରା
ଭୁବନେଶ୍ୱର: ବିଧାନସଭାରେ ରୋକଠୋକ କହୁଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି ଶୁକ୍ରବାର ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିବା ପାଇଁ ଚେଷ୍ଟା କରିଛନ୍ତି । ତେବେ ଗୃହ କାର୍ଯ୍ୟ ସ୍ୱାଭାବିକ ନଚାଲିବାକୁ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ପ୍ରକାଶ ଯେ ଜାଲ ସାର୍ଟିଫିକେଟ ଓ କୋଟିଆ ପ୍ରସଙ୍ଗକୁ ନେଇ ଶୁକ୍ରବାର ବିଧାନସଭା ସରଗରମ ହୋଇଛି । ଉଭୟ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଶୂନ୍ୟକାଳରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କୋଟିଆ ପ୍ରସଙ୍ଗ ଉଠାଇଥିଲେ । କୋଟିଆ ଗ୍ରାମପୁଞ୍ଜ ଓ ୨୧ ଗ୍ରାମରେ ଆନ୍ଧ୍ର୍ର ହସ୍ତକ୍ଷେପ କରୁଥିବା କହିଥିଲେ । ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ସେ ଅଞ୍ଚଳର ଲୋକଙ୍କୁ ପ୍ରଲୋଭିତ କରୁଥିବା ଜୟନାରାୟଣ କହିଥିଲେ । କୋଟିଆ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ କୁଆଡେ଼ ଗଲା ବୋଲି ସେ ପ୍ରଶ୍ନ କରିଥିଲେ । ଅନ୍ୟରାଜ୍ୟ ସହ ଥିବା ସୀମା ବିବାଦ ନେଇ କ’ଣ ପଦକ୍ଷେପ ନିଆଯାଇଛି ବୋଲି ମଧ୍ୟ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ତେବେ କୋଟିଆ ଓ ଜାଲ ସାର୍ଟିଫିକେଟ ପ୍ରସଙ୍ଗ ନେଇ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ ଓ ନାରାବାଜି କରିବାରୁ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଜାଲ ସାର୍ଟିଫିକେଟ ଓ କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ବାଚସ୍ପତିଙ୍କ ପୋଡ଼ିୟମ ତଳକୁ ଆସି ନାରାବାଜି କରରିଥିଲେ । ଏହି ସମୟରେ କଂଗ୍ରେସ ବିଧାୟକ ତାରାବାହିନି ପତି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ । ହଟ୍ଟଗୋଳ ପାଇଁ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।