ପୂର୍ବାଞ୍ଚଳ ଦୈାଡ଼କୁଦ ପ୍ରତିଯୋଗିତା ପାଇଁ ମୟୁରଭଞ୍ଜରୁ ୪ ମନୋନୀତ

Sep 14, 2018 - 18:33
 192
ପୂର୍ବାଞ୍ଚଳ ଦୈାଡ଼କୁଦ ପ୍ରତିଯୋଗିତା ପାଇଁ ମୟୁରଭଞ୍ଜରୁ ୪ ମନୋନୀତ
ବାରିପଦା, ୧୪/୯ (ସକାଳଖବର): ୩୦ ତମ ବାର୍ଷିକ ପୂର୍ବାଞ୍ଚଳ ଦୈାଡକୁଦ ଚମ୍ପିଆନସିପ ୨୦୧୮ ଓଡିଶା ଦଳରେ ମୟୁରଭଞ୍ଜ ଜିଲାରୁ ଜଣେ ବାଳକ ଓ ତିନିଜଣ ବାଳିକା କ୍ରୀଡାବିତ ଅଂଶ ଗ୍ରହଣ କରିବାପାଇଁ ମନୋନୀତ ହୋଇଛନ୍ତି । ଏହି ଚମ୍ପିଆନସିପ ଆଗାମୀ ୧୫ ଓ ୧୬ ତାରିଖ ବିହାରର ରାଜଧାନୀ ପାଟନା ଠାରେ ଅନୁଷ୍ଠିତ ହେବାର ସ୍ଥରିକୃତ ହୋଇଅଛି । ଏଥିପାଇଁ ମୟୁରଭଞ ଜିଲାରୁ ମନୋନୀତ ଚାରି ଜଣ କ୍ରୀଡାବିତ ଙ୍କ ମଧ୍ୟରୁ ୧୬ ବର୍ଷରୁ କମ ବାଳକ ବିଭାଗରେ ଉଛଡିଆଁ ପାଇଁ ସିଧାନ୍ତ ସିଂ ଓ ୧୬ ବର୍ଷରୁ କମ ବାଳିକା ବିଭାଗରେ ନେତ୍ରାମଣୀ ସିଂ ଓ ବୁଧନୀ ମାଝୀ ଉଭୟ ସଟ‘ୁଟ ଓ ଡିସକସ ଥ୍ରୋ ରେ ଏବଂ ୧୮ ବର୍ଷରୁ କମ ବାଳିକା ବିଭାଗରେ ଡୁଭି ସୋରେନ ଜେଭଲିନ ଥ୍ରୋରେ ସ୍ଥାନ ପାଇଛନ୍ତି । ପ୍ରଫେସନାଲ ଟ୍ରେନିଂ ନଥାଇ ମଧ୍ୟ ନେତ୍ରାମଣୀ ସିଂ ଓ ବୁଧନୀ ମାଝୀ ମେଡାଲ ପାଇବାର ସହିତ ଜାତୀୟ ଦଳରେ ସ୍ଥାନ ପାଇବାର ଅପୂର୍ବ ସୁଯୋଗ ରହିଛି ବୋଲି ଏଥଲେଟିକ ଆସୋସିଏସନ ରେ ସାଧାରଣ ସଂପାଦକ କିଶୋର କୁମାର ବିଶ୍ୱାଳ ପ୍ରକାଶ କରିଛନ୍ତି ।