ଛାତ୍ରୀ ଆତ୍ମରକ୍ଷା କୈାଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sep 14, 2018 - 18:35
 206
ବାରିପଦା, ୧୪/୯ (ସକାଳଖବର):ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ଉଛ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ପ୍ରୋଗ୍ରାମ ଅନୁଯାୟୀ ଛାତ୍ରୀ ଆତ୍ମରକ୍ଷା କୈାଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉସôବ ବିଦ୍ୟାଳୟର ସଭାପତି ଇଂ ପ୍ରଭାସ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳ ଶିକ୍ଷକ ସତ୍ୟ ନାରାୟଣ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନେ ଆତ୍ମରକ୍ଷା କୈାଶଳ ଶିକ୍ଷା କରିବାର ଗୁରୁତ୍ୱ ସଂପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ହିରହର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ତାଙ୍କ ବ୍ୟକ୍ତବ୍ୟରେ ଆଜିର ସମାଜରେ ଛାତ୍ରୀ ମାନଙ୍କର ସୁରକ୍ଷା ଦୃଷ୍ଟିରୁ ଏହି ଶିକ୍ଷା ସେମାନଙ୍କର ଅତ୍ୟନ୍ତ ଜରୁରୀ ବୋଲି ସୁଚାଇଥିଲେ । ମାଷ୍ଟର ଟ୍ରେନର ପ୍ରତିକ୍ଷା ପ୍ରିୟଦର୍ଶନୀ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୈାଶଳ ଶିକ୍ଷା ଦେଇଥିôଲେ । ଶେଷରେ ଅଧ୍ୟାପିକା ଲୋପାମୁଦ୍ରା ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।