WTC Final : ଆଇପିଏଲ୍ ଶେଷ ପୂର୍ବରୁ ଟିମ୍ ଯିବ ଇଂଲଣ୍ଡ
ମୁମ୍ବାଇ ୨୦।୦୫ : WTC ଫାଇନାଲ ପାଇଁ ବିସିସିଆଇର ସ୍ୱତନ୍ତ୍ର ପ୍ଲାନ୍ । ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ ପୂର୍ବରୂ ଏକ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପ୍ଲାନ କରୁଛି ଭାରତୀୟ ବୋର୍ଡ । ଆଉ ଏଥି ଲାଗି ଜୁନ୍ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ୟୁକେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି ।
ମିଳିଥିବା ସୂଚନାନୁସାରେ, ଆଇପିଏଲ୍ ଶେଷ ହେବା ପୂର୍ବରୁ କିଛି ଖେଳାଳିଙ୍କୁ ୟୁକେ ଯିବାକୁ କୁହାଯାଇଛି । ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ ପାଇଁ ବିସିସିଆଇ ପକ୍ଷରୁ ଘୋଷଣା ହୋଇଥିବା ସଦସ୍ୟମାନଙ୍କୁ ୩ଟି ପର୍ଯ୍ୟାୟରେ ଦେଶ ଛାଡିବାକୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟ ଟିମ୍ ୨୩ ତାରିଖ ଦିନ ଯିବେ, ଏହାପରେ ଆଇପିଏଲ୍ର ୨ୟ ପ୍ଲେ-ଅପ୍ ପରେ ଦ୍ୱିତୀୟ ବ୍ୟାଚ୍ ଟିମ୍ ଯିବ । ଆଉ ବାକି ଟିମ୍ ଆଇପିଏଲ୍ ଫାଇନାଲ ମାନେ ୩୦ ତାରିଖ ପରେ ଯିବାକୁ କୁହାଯାଇଛି । ଜୁନ୍ ପହିଲା ପୂର୍ବରୁ ସମସ୍ତ ଟିମ୍ ସଦସ୍ୟଙ୍କୁ ୟୁକେରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଠାରେ ବିସିସିଆଇ ଏକ ଅଭ୍ୟାସ ମ୍ୟାଚ୍ର ମଧ୍ୟ ଆୟୋଜନ ପାଇଁ ଯୋଜନା କରିଛି ।
ଏବେ ଆଇପିଏଲ୍ର ୨୦୨୩ ସିଜିନ୍ ଚାଲିଛି । ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଟୁର୍ଣ୍ଣାମେଣ୍ଟ । କିଛି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିବା ବେଳେ ଆଉ କିଛି ଟିମ୍ ଏବେବି ପ୍ଲେ-ଅପ୍ ରେସ୍ରେ ଅଛନ୍ତି । ମୋଟ ୧୦ଟି ଟିମ୍ ମଧ୍ୟରୁ ୩ଟି ଦଳ ପ୍ଲେ-ଅପ୍ ରେସ୍ରୁ ବାଦ୍ ପଡିଛନ୍ତି । ଗୁଜୁରାଟ ଟାଇଟନ୍ସ ଗୋଟିଏ ଦଳ ଯିଏକ ପ୍ଲେ-ଅପ୍ରେ ଏଣ୍ଟ୍ରି କରିଛି । ବାକି ୬ଟି ଟିମ୍ଙ୍କ ମଧ୍ୟରେ ଚାଲିଛି ଜୋରଦାର ଲଢେଇ ।
ଭାରତୀୟ ଟେଷ୍ଟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟା ରାହାଣେ, ଇଷାନ କିଷାନ, କେଏସ ଭରତ( ଓ୍ବିକେଟକିପର), ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦୁଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ।