ପୁଲିସ ସୂଚନାଦାତା ସନେ୍ଦହରେ ପୋଷ୍ଟମାଷ୍ଟ୍ରଙ୍କୁ ହତ୍ୟା
ମାଲକାନଗିରି,୯/୮(ସକାଳଖବର): ଆଜି ମାଓବାଦୀଙ୍କ କ୍ରାନ୍ତୀ ଦିବସ ପାଳନ ଅବସରରେ ପୁଲିସ ସୁଚନାଦାତା ସନେ୍ଦହରେ ମାଓବାଦୀ ମାନେ ଗୁଳିମାରି ହତ୍ୟାକରିଛନ୍ତି ପପୁଲୁରର ପୋଷ୍ଟ ମାଷ୍ଟ୍ରଙ୍କୁ ।ବୁଧବାର ମଧ୍ୟରାତ୍ରରେ ପ୍ରାୟ ୧୫ରୁ ୨୦ ମାଓବାଦୀ ପପୁଲୁର ପଚାଂୟତ କମଳାପଦର ଗ୍ରାମରେ ପ୍ରବେସ କରି ସେହି ଗ୍ରମରେ ରହୁଥିବା ପୋଷ୍ଟମାଷ୍ଟ୍ର ନାରାୟଣ ପଲାସୀ(୪୫)ଙ୍କୁ ଘରୁ ଅପହରଣ କରିନେଇଥିଲେ । ଠିକ ସେହିପରି ପପୁଲୁର ଗ୍ରାମର ଅନ୍ୟଦୁଇଜଣ ଙ୍କୁ ମଧ୍ୟ ୍ପହରଣକରିନେଇ ଥିଲେ । ଏହି ତିନିଜଣଙ୍କୁ ନିକଟସ୍ଥ ଜଙ୍ଗଲରେ ଆୟୋଜିତ ପ୍ରଜା କୋର୍ଟରେ ହାଜରା କରାଇ ପୁଲିସ ସୁଚନାଦାତା କହି ବାନ୍ଧିପକାଇ ନିସ୍ତୁକ ମାଡଦେଇଥିଲେ, ପ୍ରଜାକୋର୍ଟରେ ବିଚାର ପରେ ପପୁଲୁର ଗ୍ରାମର ଅନ୍ୟଦୁଇଜଣଙ୍କୁ ଛାଡିଦେଇ ନାରାୟଣଙ୍କୁ ଅଟକାଇ ରଖିଥିଲେ । ପରିବାର ଲେକେ ବହୁତ ଖୋଜା ଖୋଜି କରି ପାଇନଥିଲେ । ଆଜି ସକାଳେ କମଳାପଦର ଗ୍ରାମ ଜଙ୍ଗଲ ରାସ୍ତାରେ ନରାୟଣଙ୍କମୃତ ଶରୀର ପଡିଥିବାର ଗ୍ରାମବାସୀ ମାନେ ଦେଖି ତାଙ୍କ ପରିବାରଙ୍କୁ ଜଣାଇଥିଲେ ,ପରିବାର ଲୋକେ ସେଠାରେ ପହଁଚି ନାରାୟଣଙ୍କ ମୃତ ଶରୀର ନିକଟରେ ମାଓବାଦୀ ଙ୍କ ହେତଲେଖା ପଡିଥିବାର ଦେଖିଥିଲେ,ସେଥିରେ ସେମାନେ ଉଲେଖ୍ୟକରିଥିଲେ ନାରାୟଣ ପୁଲିସର ସୁଚନାଦାତା ହୋଇ ଟଙ୍କା ଖାଉଛି, ସେ ୨୦୧୭ ରେ ଚନିବାଇ ହତ୍ୟାକାଣ୍ଡରେ ସଂପୃକ୍ତି ଥିଲା ତାର ଭୁଲ ପାଇଁ ତାକୁ ମୃତ୍ୟୁଦଣ୍ଡ ଦିଆଗଲା, ଯିଏ ଏ ପରି କରିବ ତାକୁ ମଧ୍ୟ ମୃତ୍ୟୁ ଦଣ୍ଡ ଦିଆଯିବ, ବୋଲି ଉକ୍ତ ଚିଠିରେ ଲେଖା ରହିଛି । ପରିବାର ଲୋକେ ନାରାୟଣଙ୍କ ମୃତଶରୀର ଘରକୁ ନେଇ ପୁବଲିସକୁ ଖବର ଦେଇଥିଲେ । ଚିତ୍ରକୋଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ନାରୟଣ ପଲାସୀ ପପୁଲୁର ପଚାଂୟତର ପୋଷ୍ଟମାଷ୍ଟ୍ର ସହ ସେ ଅଚଂଳର ଜଣେ ଜଣାସୁଣା ଲୋକ ଥିଲେ , ସେ କିଛିଦିନହେଲା ସାନବଡ ଠିକାଦାର କାମକରୁଥିଲେ ତାଙ୍କୁ ମାଓବାଦୀ ମାନେ ଟାର୍ଗେଟ ରେ ରଖିଥିଲେ ।ନାରାୟଣ ଙ୍କର ଦୁଇଟି ସ୍ତ୍ରୀ ୬ଟି ପିଲା ତାଙ୍କ ମୃତ୍ୟୁପରେ ସ୍ତ୍ରୀ ଓ ପିଲାମାନେ ନସହାୟ ହୋଇପଡିଛନ୍ତି ।