ଆରପାରିରେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିର୍ଜୁ ମହାରାଜ

Jan 17, 2022 - 05:42
 76
ଆରପାରିରେ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିର୍ଜୁ ମହାରାଜ
ମୁମ୍ବାଇ: ଆଉ ନାହାଁନ୍ତି ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିର୍ଜୁ ମହାରାଜ । ଗତକାଲି ରାତରେ ହୃତଘାତରେ ତାଙ୍କର ମୃତୁ୍ୟ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତୁ୍ୟ ବେଳକୁ ବିର୍ଜୁ ମହାରାଜଙ୍କୁ ୮୩ ବର୍ଷ ହେଇଥିଲା । ବିର୍ଜୁ ମହାରାଜଙ୍କ ପ୍ରକୃତ ନାମ ବୃଜମୋହନ ମିଶ୍ର । ବିର୍ଜୁ ମହାରାଜ୧୯୩୮ ମସିହା ଫେବ୍ରୁଆରୀ ୪ ତାରିଖରେ ଲକ୍ଷ୍ମୌରେ ଜନ୍ମ ଗ୍ରହଣ କରିଥିଲେ । କଥକ ନୃତ୍ୟ ପାଇଁ ତାଙ୍କ ଅବଦାନ ଅତୁଳନୀୟ । କଥକ ନୃତ୍ୟ ପାଇଁ ବିର୍ଜୁ ମହାରାଜଙ୍କୁ ୧୯୮୩ ମସିହାରେ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା । ବିର୍ଜୁ ମହାରାଜ ଅନେକ ବଲିଉଡ୍ ଫିଲ୍ମରେ କୋରିଓଗ୍ରାଫି ମଧ୍ୟ କରିଥିଲେ । ବିର୍ଜୁ ମହାରାଜଙ୍କୁ ପଦ୍ମ ବିଭୂଷଣ ସମ୍ମାନ ସହ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ କାଳି ଦାଶ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା । ୨୦୧୨ ମସିହାରେ ‘ବିଶ୍ୱରୁପମ୍’ ଫିଲ୍ମର କୋରିଓଗ୍ରାଫି ପାଇଁ ବିର୍ଜୁ ମହାରାଜଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପଣ୍ଡିତ ବିର୍ଜୁ ମହାରାଜ ଏକାଧାରରେ ଗୁରୁ, ନୃତ୍ୟଶିଳ୍ପୀ, କୋରିଓଗ୍ରାଫର୍, ଗାୟକ ଓ ସଂଗୀତକାର ଥିଲେ । ବିର୍ଜୁ ମହାରାଜ ତବଲା ବଜାଇବାକୁ ଭଲ ପାଉଥିଲେ । ଏହାସହ କବିତା ଲେଖିବା ଓ ଚିତ୍ର ଆଙ୍କିବାକୁ ମଧ୍ୟ ଭଲ ପାଉଥିଲେ । ବିର୍ଜୁ ମହାରାଜଙ୍କୁ ଲୋକେ ଶ୍ରଦ୍ଧାର ସହିତ ପଣ୍ଡିତଜୀ ଓ ମହାରାଜ ଜୀ ମଧ୍ୟ କହୁଥିଲେ । ସୂଚନା ଅନୁସାରେ, ବିର୍ଜୁ ମହାରାଜ ଗତକାଲି ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ନିଜ ନାତି ସହ ଅନ୍ତାକ୍ଷରୀ ଖେଳୁଥିଲେ । ଏହି ସମୟରେ ସେ ହଠାତ୍ ବେହୋସ ହୋଇଗଲେ । ପରିବାର ପକ୍ଷରୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ବିର୍ଜୁଙ୍କ ନାତୁଣୀ ରାଗିଣୀ ମହାରାଜ କହିଛନ୍ତି । ରାଗିଣୀଙ୍କ କହିବା ଅନୁସାରେ ବିର୍ଜୁ ମହାରାଜ କିଛି ଦିନ ପୂର୍ବରୁ କିଡନୀ ରୋଗରେ ପୀଡିତ ହୋଇଥିଲେ । ତାଙ୍କର ଡାଇଲିସିସ୍ କରାଯାଇଥିଲା । ଏହାପରେ ସେ ସୁସ୍ଥ ଥିବା ବେଳେ ତାଙ୍କର ହଠାତ୍ ମୃତୁ୍ୟକୁ ପରିବାର ଲୋକେ ତଥା ତାଙ୍କ ଫ୍ୟାନ୍ସ ସହଜେ ଗ୍ରହଣ କରିପାରୁ ନାହାନ୍ତି ।