ବାଇକ୍‌କୁ ଧକ୍କା ଦେଲା କାର୍‌, ଚାଲିଗଲା ଶିକ୍ଷକଙ୍କ ଜୀବନ

Mar 23, 2022 - 09:42
 76
ବାଇକ୍‌କୁ ଧକ୍କା ଦେଲା କାର୍‌, ଚାଲିଗଲା ଶିକ୍ଷକଙ୍କ ଜୀବନ
ନୂଆପଡ଼ା ୨୩।୦୩ : କାର୍‌ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ମୃତ ।: ନୂଆପଡ଼ା ଜିଲ୍ଲା ଜାତୀୟ ରାଜପଥ ୩୫୩ ଚକାଡୁଙ୍ଗରୀ ନିକଟରେ ଦୁର୍ଘଟଣା ଘଟିଛି।ମୃତକଙ୍କ ନାମ ନିର୍ମଲ ଦଳପତି, ସେ ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଖବର ଅନୁଯାୟୀ, ଗଡ୍ରାମୁଣ୍ଡା ଗାଁରେ ନିର୍ମଲ ଦଳପତି କୌଣସି କାମରେ ବାଇକ୍‌ ଯୋଗ ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିଲେ । ନୂଆପଡ଼ା ଜିଲ୍ଲା ନୂଆପଡ଼ା ଚକାଡଙ୍ଗୁରୀ ନିକଟରେ ଏକ କାର୍‌ ଶିକ୍ଷକଙ୍କ ବାଇକ୍‌ ଧକ୍କା ଦେଇଥିଲା । ଯାହାଫଳରେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣା ସଂପର୍କରେ ଖବର ତୁରନ୍ତ ପହଞ୍ଚି କାର୍‌କୁ ଜବତ କରିଛି । ଏହାସହିତ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି ।