୬ ମାସରେ ଅମରାବତୀକୁ ଆନ୍ଧ୍ରର ରାଜଧାନୀ କରିବା ପାଇଁ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରିକଲେ ସୁପ୍ରିମ୍‌ କୋର୍ଟ

Nov 28, 2022 - 09:15
 58
୬ ମାସରେ ଅମରାବତୀକୁ ଆନ୍ଧ୍ରର ରାଜଧାନୀ କରିବା ପାଇଁ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରିକଲେ ସୁପ୍ରିମ୍‌ କୋର୍ଟ
ନୂଆଦିଲ୍ଲୀ: ୬ ମାସରେ ଅମରାବତୀକୁ ରାଜଧାନୀ ନଗରୀରେ ବିକଶିତ କରିବା ପାଇଁ ମାର୍ଚ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟ ସରକାରଙ୍କ ପ୍ରତି ଜାରି କରିଥିବା ଆଦେଶ ଉପରେ ଆଜି ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି। ବିଚାରପତି କେ. ଏମ୍‌. ଜୋସେଫ ଏବଂ ବି. ଭି. ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ଅଦାଲତମାନେ ‘ଟାଉନ୍‌ପ୍ଲାନର୍‌’ ଓ ‘ଚିଫ୍‌ ଇଞ୍ଜିନିୟର୍‌’ ନୁହନ୍ତି। ଏଭଳି ଆଦେଶ ଜାରି କରି ହାଇକୋର୍ଟ କ୍ଷମତା ପୃଥକିରଣ ନୀତି ଉଲ୍ଲଘଂନ କରିଥିବା କଥା ସୁପ୍ରିମ୍‌ କୋର୍ଟ କହିଛନ୍ତି। ଖଣ୍ଡପୀଠ ଅମରାବତୀ ମାମଲାରେ ୱାଇ.ଏସ୍‌. ଜଗନ ମୋହନ ରେଡ୍ଡୀ ସରକାର ଦାଏର କରିଥିବା ଆବେଦନର ଶୁଣାଣି କରିବା ବେଳେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।