ପୁଅର କାଠ ଫାଳିଆ ଓ ଶିଳ ପୁଆ ମାଡ଼ରେ ବାପା ମୃତ

Jan 11, 2022 - 09:18
 47
ପୁଅର କାଠ ଫାଳିଆ ଓ ଶିଳ ପୁଆ ମାଡ଼ରେ ବାପା ମୃତ
ଘଟଗାଁ ୧୧।୦୧: କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ସଦାନନ୍ଦପୁର ଗାଁରେ ହତ୍ୟାକାଣ୍ଡ । ପୁଅର କାଠ ଫାଳିଆ ଓ ଶିଳ ପୁଆ ମାଡ଼ରେ ବାପାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶଙ୍କର ନାହାକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସଦାନନ୍ଦପୁର ଗାଁରେ ବାପା ଶଙ୍କର ନାହାକ ଓ ପୁଅ ଗୁଣ୍ଡୁ ନାହାକଙ୍କ ମଧ୍ୟରେ ବିବାଦ ହୋଇଥିଲା । ପାରିବାରିକ କଳହକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ପୁଅ ରାଗି ଯାଇ କାଠ ଫାଳିଆ ଓ ଶିଳ ପୁଆ ମାଡରେ ବାପାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ପୁଅ ଗୁଣ୍ଡୁ ନାହାକକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।