ପିଇଓ ସମ୍ମିଳନୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ

Dec 23, 2018 - 14:08
 220
ପିଇଓ ସମ୍ମିଳନୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
ଭୁବନେଶ୍ୱର, ୨୩/୧୨(ସକାଳଖବର): ତୃଣମୂଳ ସ୍ତରରେ ୩ଟି (ଟେକ୍ନୋଲୋଜି , ଟ୍ରାନ୍ସପରେନ୍ସି ଓ ଟିମ୍ ୱାର୍କ) ବ୍ୟବସ୍ଥାର ସଫଳତା ଏବଂ ଯୋଜନାର ସେବା ଓ ସୂଚନା ପହଂଚାଇବାରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତିି । ଅନ୍ୟପକ୍ଷରେ ଭଲ କାମ କରି ଜନ ସାଧାରଣଙ୍କ ବିଶ୍ୱାସଭାଜନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଶନିବାର ଦିନ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ୨୯ତମ ପଂଚାୟତ ଏକ୍ଜିକ୍ୟୁଟିଭ୍ ଅଫିସରମାନଙ୍କରେ ସମ୍ମିଳନୀକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁ ହେଉଛି ଆମ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଗାଁର ବିକାଶ ସହିତ ବିଭିନ୍ନ ଦାରିଦ୍ୟ୍ର ଦୂରୀକରଣ କାର୍ଯ୍ୟକ୍ରମ , ସାମାଜିକ କଲ୍ୟାଣ ଯୋଜନାରେ ସଫଳତା ଆଣିବାପାଇଁ ଏହାର କାର୍ଯ୍ୟକାରୀତାରେ ଅଧିକ ସ୍ୱଚ୍ଛତା ବଜାର ରଖିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ସାଧାରଣ ଲୋକେ ତାଙ୍କର ହକ୍ ପାଇପାରିବେ ଏବଂ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ । ଆମଗାଁ ଆମ ବିକାଶ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ । ସେହିପରି ପିଠା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି । ବିଭିନ୍ନ ସରକାରୀ ସେବା ଏବଂ ଯୋଜନାର ସୂଚନା ଲୋକଙ୍କ ପାଖରେ ପଂଚାଇବା ଏବଂ ସେମାନଙ୍କୁ ବୁଝାଇବା ଏହିସବୁ କାର୍ଯ୍ୟକ୍ରମର ଲକ୍ଷ୍ୟ । ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ ହେବାକୁ ଯାଉଛି । ଏଥିରେ ପଂଚାୟତର ବିଶେଷ ଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।