ଆଜି ଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ

Jul 27, 2018 - 18:32
 159
ଆଜି ଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ
ଭୁବନେଶ୍ୱର, ୨୮/୭ (ସକାଳଖବର): ମାଓବାଦୀ ମାନେ ଶନିବାର ଠାରୁ ଶହୀଦ ସପ୍ତାହ ପାଳନ କରୁଛନ୍ତି । ଏଥିପାଇଁ କୋରାପୁଟ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ଜିଲାରେ ୩୫ ରୁ ଅଧିକ ସରକାରୀ ବସ୍ ଚଳାଚଳକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି । ପାଖାପାଖି ୧୫ଟି ରୁଟରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଏହି ସପ୍ତାହରେ ମାଓବାଦୀ ମାନେ ଯେପରି କିଛି କାଣ୍ଡ ନଘଟାଇ ପାରନ୍ତି ସେଥିପାଇଁ ଜିଲ୍ଲା ପୋଲିସ ତରଫରୁ ସୁରକ୍ଷା ବାହିନୀ ଦ୍ୱାରା କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ମାଲକାନଗିରି ଜିଲା ରୁଟରେ ୨୦ଟି ସରକାରୀ ବସ୍ ବନ୍ଦ ରଖାଯାଇ ଥିବା ବେଳେ ପାରଳାଖେମୁଣ୍ଡି- ଫୁଲବାଣି ରୁଟରେ ୪ଟି ବସ୍ ବନ୍ଦ କରାଯାଇଛି । ଅ ।ନ୍ଧ୍ରର ଆଡକୁ ଗୋଟିଏ ବସ୍, ଗୁପ୍ତେଶ୍ୱର ରୁଟରେ ଗୋଟିଏ , କାଶିପୁର ଦୁଇଟି, ଭଦ୍ରାଚଳମ ଦୁଇଟି, ଗୁଣୁପୁର ଦୁଇଟି ଓ ଭାୟା ରାୟଗଡା ଦେଇ ଯାଉଥିବା ବ୍ରହ୍ମପୁର, ଭଞ୍ଜନଗର ଓ ଭୁବନେଶ୍ୱରକୁ ଯାଉଥିବା ୮ଟି ବସ୍ କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବିଭାଗ ସୂତ୍ରରୁ ଜଣାଯାଇଛି । ମାଲକାନଗିରି ଜିଲା ମୋଟୁ ଠାରୁ ବିଶାଖାପାଟଣା ଦୁଇଟି ସେହିପରି ଉକ୍ତ ଜିଲାରୁ ଅ ।ନ୍ଧ୍ର ଯାଉଥିବା ୬ଟି ବସ୍ ବନ୍ଦ କରାଯାଇଛି । ଏହି ବସ୍ ଚଳାଚଳ ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଜିଲା ପୋଲିସ ତରଫରୁ ସୀମାନ୍ତ ଅଂଚଳକୁ ସିଲ୍ କରିବା ସହ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି । ମାଓବାଦୀ ମାନେ ଶହିଦ ସପ୍ତାହକୁ ସମର୍ଥନ ଜଣାଇବାକୁ ବ୍ୟାନରେ ଓ ପୋଷ୍ଟର ମାଧ୍ୟମରେ ଆହ୍୍ୱାନ ଦେଇଛନ୍ତି ।