ପତ୍ନୀଙ୍କୁ ଛୁରି ଭୁସି ରାସ୍ତା ମଛିରେ ହତ୍ୟା କଲା ନୃଶଂସ ସ୍ବାମୀ

Jan 24, 2023 - 06:17
 47
ପତ୍ନୀଙ୍କୁ ଛୁରି ଭୁସି ରାସ୍ତା ମଛିରେ ହତ୍ୟା କଲା ନୃଶଂସ ସ୍ବାମୀ
ଭେଲୋର: ନିଜ ପତ୍ନୀଙ୍କୁ ରାସ୍ତା ମଝିରେ ଛୁରି ଭୁସି ହତ୍ୟା କରିଥିବା ଜଣେ ବ୍ୟକ୍ତିକୁ ଆଜି ଗିରଫ କରାଯାଇଛି। ଜାଣିବାକୁ ମିଳିଛି ‌ଯେ ଘଟଣାଟି ହେଉଛି ସୋମବାରର। ବ୍ୟକ୍ତି ଜଣକ ତାମିଲନାଡୁର ଭେଲୋରଠାରେ ନିଜ ପତ୍ନୀଙ୍କୁ ରାସ୍ତା ମଝିରେ ଛୁରି ଭୁସି ହତ୍ୟା କରିଥିବା ବ‌େଳେ ଅନେକ ଲୋକ ଛିଡ଼ା ହୋଇ ଦେଖୁଥିଲେ। ସଂପୃକ୍ତ ଅଞ୍ଚଳରେ ଲଗା ଯାଇଥିବା ସିସିଟିଭି କ୍ୟାମେରାରେ ପୂରା ଘଟଣା କଏଦ ହୋଇଛି। ପୀଡ଼ିତା‌ ଜଣକ ହେଉଛନ୍ତି ପୁନିତା। ‌ସେ ଏକ ବେସରାକାରୀ ଜୋତା କମ୍ପାନିରେ ଚାକିରି କରୁଥିଲେ। ସେ ନିଜ କାମ ସାରି ସୋମବାର ରାତିରେ ଘରକୁ ଫେରିବା ବାଟରେ ତାଙ୍କ ସ୍ବାମୀ ଜୟଶଙ୍କର ତାଙ୍କୁ ଆକ୍ରମଣ କରିଥିଲା। ସେ କିପରି ଆକ୍ରମଣ କରିଥିଲା ସେ ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି। ପ୍ରଥମେ ଜୟଶଙ୍କର ପୁନିତାଙ୍କୁ ବାଡ଼ାପିଟା କରିଥିଲା। ତାପରେ ସେ ଛୁରି ଭୁସି ମାରିବାକୁ ଚେଷ୍ଟା କରିଥିଲା। ପୁନିତା ନିଜକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲା। ମାତ୍ର ଜୟଶଙ୍କର ତାଙ୍କୁ ଲଗାତର ୭ ଥର ଛୁରି ଭୁସିଥିବା ଦେଖିବାକୁ ମିଳିଛି। ଜଣେ ମହିଳା ଓ କିଛି ଲୋକ ପୁନିତାଙ୍କୁ ବଞ୍ଚାଇବାକୁ ଧାଇଁ ଆସିଥିଲେ। ହେଲେ ପୁନିତା ତାପରେ ଭୂଇଁରେ ତଳେ ପଡ଼ି ଯାଇଥିଲେ। ତାପରେ ତାଙ୍କୁ ଅମ୍ବୁର ସରକାରୀ ହସ୍ପିଟାଲ୍‌କୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତଦନ୍ତ ଆରମ୍ଭ ହୋଇଛି।