ଲୋକପ୍ରିୟ ନାୟିକା ଶୀତଲଙ୍କୁ ମିଳିଲା ଏହି ନାୟକଙ୍କ ସାଥ୍

Jan 24, 2023 - 06:15
 102
ଲୋକପ୍ରିୟ ନାୟିକା ଶୀତଲଙ୍କୁ ମିଳିଲା ଏହି ନାୟକଙ୍କ ସାଥ୍
ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଶୀତଲଙ୍କୁ ବାବୁସାନ୍, ଅରିନ୍ଦମ ଓ ଜ୍ୟୋତିଙ୍କ ଭଳି ଆଗଧାଡ଼ିର ନାୟକଙ୍କ ସହ ବଡ଼ ପରଦାରେ ଦେଖିବାକୁ ମିଳିଛି। ନିକଟରେ ସେ ‘ତୋର ମୋର କଟି’ରେ ଶୈ‌ଳେନ୍ଦ୍ରଙ୍କ ବିପକ୍ଷରେ ‌ ନାୟିକ‌ା ଭାବରେ ନଜର ଆସିଛନ୍ତି। ହେଲେ ଏବେ ସେ ଆଉଜଣେ ଲୋକପ୍ରିୟ ନାୟକଙ୍କ ସହ ବଡ଼ ପରଦାକୁ ଆସୁଛନ୍ତି। ଏହି ନାୟକ ହେଲେ ସମ୍ବିତ ଆଚାର୍ଯ୍ୟ। ଯେଉଁ ଓଡ଼ିଆ ଛବିରେ ପ୍ରଥମ ଥର ଲାଗି ସମ୍ବିତ-ଶୀତଲ ଯୋଡ଼ିଙ୍କୁ ଦେଖିବାକୁ ମିଳିବ, ତାର ଶୀର୍ଷକ ହେଲା ‘ଜହ୍ନରାତିର ସାଥୀ’। ଏହାଛଡ଼ା ପୁନମ୍, ସିଦ୍ଧାନ୍ତ ମହାପାତ୍ର, ସମରେଶ ରାଉତରାୟ, ପ୍ରଜ୍ଞା, ପୃଥ୍ବୀରାଜ, ନୈନା ଦାଶ ଏବଂ ଚୌଧୁରୀ ଜୟପ୍ରକାଶ ଦାସଙ୍କୁ ବି ଦେଖିବାକୁ ମିଳିବ। ଅଜୟ ରାଉତ ଏହାର ପ୍ରଯୋଜକ। ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିଛନ୍ତି ଅଜୟ ଓ ଜିତେନ୍ଦ୍ର ଜେନା। ସଂଳାପ ରଚନା କରିଛନ୍ତି ଅଜୟ ରାଉତ। ଗୁଡଲି ରଥ ଏହାର ସଂଗୀତକାର। ସୂଚନାଯୋଗ୍ୟ, ୨୦୧୫ରେ ରିଲିଜ୍ ହୋଇଥିବା ‘ଯିଏ ଯାହା କହୁ ମୋର ଢୋ’ ଛବିରୁ ଓଲିଉଡରେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ଶୀତଲ। ତାପରେ ଶୀତଲ ‘ଭଲ ପାଏ ତତେ ଶହେରୁ ଶହେ’, ,‘ଦିଲ୍ ଦିୱାନା ହେଇଗଲା’, ‘ସୁନା ପିଲା- ଟିକେ ସ୍କୃ ଢିଲା’, ‘ତୁ ଯେ ସେଇ’, ‘ତୋ’ର ଦିନେକୁ ମୋ’ର ଦିନେ’, ‘ପ୍ରେମରେ ପ୍ରେମରେ’, ‘ମିଷ୍ଟର୍ ମଜନୁ’ ଓ ‘ତୋର ମୋର କଟି’ ଆଦି ଫିଲ୍ମରେ ନଜର ଆସିଛନ୍ତି। ସମ୍ବିତ-ଶୀତଲ ଯୋଡ଼ି କି କମାଲ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।