ତେଲକୋଇ ରେଞ୍ଜରେ ଥମୁନି ଦନ୍ତା ଉପଦ୍ରବ, ଘର ଭାଙ୍ଗି ଖାଇଗଲା ଧାନ

Feb 18, 2022 - 04:58
 112
ତେଲକୋଇ ରେଞ୍ଜରେ ଥମୁନି ଦନ୍ତା ଉପଦ୍ରବ, ଘର ଭାଙ୍ଗି ଖାଇଗଲା ଧାନ
ତେଲକୋଇ ୧୮।୨: ତେଲକୋଇ ରେଞ୍ଜରେ ଥମିବାର ନାଁ ଧରୁନି ଦନ୍ତାର ଉପଦ୍ରବ । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ପନିପରିବା ଫସଲ ନଷ୍ଟ କରୁଛି । ଗୁରୁବାର ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ଅଧିନ ନୂଆଗଡ ଗାଁ ମଣ୍ଡେଇସାହିରେ ପଶି ଗୁରୁବାରୀ ମୁଣ୍ଡାଙ୍କ ଘର ଭାଙ୍ଗି ଘରେ ଥିବା ୧୦ବସ୍ତାରୁ ଅଧିକ ଧାନକୁ ଖାଇଦେଇଛି ଦନ୍ତା । ଘରେ ପରିବାର ସହ ଶୋଇଥିବା ବେଳେ ଅତର୍କିତ ଭାବେ ଦନ୍ତା ଘର ଉପରେ ଆକ୍ରମଣ କରିଥିଲା । ଦନ୍ତା ଘର ଭାଙ୍ଗିବା ଦେଖି ପରିବାର ଲୋକେ ଭୟରେ ଘରୁ ଦୌଡ଼ି ପଳାଇ ଅଳ୍ପକେ ବର୍ତ୍ତିଯାଇଥିଲେ । ପରେ ସାହି ଲୋକଙ୍କ ସହାୟତାରେ ହାତୀକୁ ଘଉଡାଇଥିଲେ । ଗୁରୁବାରୀ ପରିବାର ଗାଈ ଚରାଇ ପେଟ ପୋଷନ୍ତି । ତେଣୁ ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସାହି ଲୋକେ ଦାବି କରିଛନ୍ତି । ସେପଟେ ଦନ୍ତାର ଉପଦ୍ରବ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ।