ସ୍ୟାଟ ଉଚ୍ଛେଦ ପ୍ରସଙ୍ଗରେ ହାଇକୋର୍ଟ ବାରରେ ମିଳିତ ବୈଠକ

Jul 21, 2018 - 14:34
 168
କଟକ,୨୧ା୭(ସକାଳଖବର): ରାଜ୍ୟ ପ୍ରଶାସନିକ ଟ୍ରିବୁ୍ୟନାଲ(ସ୍ୟାଟ) ଉଚ୍ଛେଦ ନେଇ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟ ବାର ଆସୋସିଏସନ, କଟକ ଓ ଭୁବନେଶ୍ୱର ଓଏଟି ବାର ଆସୋସିଏସନର ମିଳିତ ଭାବେ ଏକ ବୈଠକ ହାଇକୋର୍ଟ ବାର ଆସୋସିଏସନ ହଲରେ ଅନୁଷ୍ଠିତ ହୋଇଯାଇଛି । ହାଇକୋର୍ଟ ବାର ଆସୋସିଏସନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ସଂପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ସରକାର ନେଇ ଥିବା ନିଷ୍ପତ୍ତୁ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।