ନେତ୍ରାନନ୍ଦ ଦଣ୍ଡସେନା ଜାମିନ ମାମଲା

Aug 28, 2018 - 19:53
 215
ନେତ୍ରାନନ୍ଦ ଦଣ୍ଡସେନା ଜାମିନ ମାମଲା
କଟକ,୨୮ା୮(ସକାଳଖବର): ବହୁ ଚର୍ଚ୍ଚିତ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍କୁଲ ଇନ୍ସପେକ୍ଟର ନେତ୍ରାନନ୍ଦ ଦଣ୍ଡସେନାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ସଂଜୁ ପଣ୍ଡା ଓ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ସିବିଆଇ ପକ୍ଷରୁ ନିମ୍ନ ଅଦାଲତରେ ଦାଖଲ ହୋଇଥିବା ଚୂଡ଼ାନ୍ତ ରିପୋର୍ଟକୁ ଦାଖଲ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ତାରିଖକୁ ଧାର୍ଯ୍ୟ ହୋଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟବ୍ରତ ପ୍ରଧାନ ଓ ସରକାରଙ୍କ ପକ୍ଷରୁ ଏଜିଏ ଜନ୍ମେଜୟ କଟକିଆ ମାମଲା ପରିଚାଳନା କରୁଛନ୍ତି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀଙ୍କ ଦେହରେ ୨୦୧୩, ଅକ୍ଟୋବର ମାସ ୨୭ତାରିଖରେ କିଛି ଦୁବୃର୍ତ୍ତ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଇତିଶ୍ରୀଙ୍କୁ ମେଡିକାଲ ନିଆଯାଇଥିଲା । ମାତ୍ର ୨୦୧୩ ମସିହା ନଭେମ୍ବରରେ ତାଙ୍କର ମୃତୁ୍ୟ ଘଟିଥିଲା । ଏହି ମାମଲାରେ ରାୟଗଡ଼ା ଜିଲା ଦୌରାଜଜ ଅଦାଲତ ୨୦୧୬, ଏପ୍ରିଲ ମାସରେ ଦଣ୍ଡସେନାଙ୍କୁ ଦୋଷୀ ସାବସ୍ତ୍ୟ କରିବା ସହ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ । ଅନ୍ୟପକ୍ଷରେ ଇତିଶ୍ରୀ ହତ୍ୟାକାଣ୍ଡ ମାମଲାରେ ସୁପ୍ରିମକୋର୍ଟ ୨୦୧୭ ନଭେମ୍ବର ମାସ ୨୪ତାରିଖରେ ଶୁଣାଣି କରି ସିବିଆଇ ତଦନ୍ତକୁ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ ।