ନିର୍ବାଚନ ଲଢିବେନି ଭକ୍ତ ଦାସ

Oct 4, 2019 - 06:16
 168
ଭୁବନେଶ୍ୱର,୨/୧୦(ସକାଳଖବର): ଆଗାମୀ ନିର୍ବାଚନରେ ଲୋକସଭା ପାଇଁ ସେ ଆଉ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି । ତେବେ ସେ କଂଗ୍ରେସରେ ରହିବେ ଓ ଦଳ ଏବଂ ଲୋକଙ୍କ ପାଇଁ କାମ କରିବେ ବୋଲି ସେ କହିଛନ୍ତି । ସେ ୯ଥର ଲୋକସଭା ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ । ୩ ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । ୬ ଥର ହାରିଛନ୍ତି ମଧ୍ୟ । ଆଗାମୀ ନିର୍ବାଚନରେ ସେ ଲୋକଙ୍କ ଉପରେ ବୋଝ ହେବାକୁ ଚାହୁଁ ନାହାନ୍ତି । ନୂଆ ଯୁବକଙ୍କୁ ସୁଯୋଗ ଦେବା ଦରକାର ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ପଶ୍ଚିମ ଓଡିଶାରେ ଏକ ମିନି ରାଜଧାନୀ ଓ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ ସେ ଦାବି କରିଛନ୍ତି । ଗାନ୍ଧି ଜୟନ୍ତୀ ଅବସରରେ କଂଗ୍ରେସ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ସେ ଏହା କହିଛନ୍ତି । ଓଡିଶାକୁ ଏକ ରଖିବାକୁ ହେଲେ ଆଂଚଳିକ ବୈଷମ୍ୟ ଦୂର ହେବା ଦରକାର । କୋଶଳ ରାଜ୍ୟ ଗଠନକୁ ସେ ପରୋକ୍ଷ ଭାବେ ସମର୍ଥନ କରିଥିଲେ । ଏକ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଛୋଟ ଛୋଟ ରାଜ୍ୟ କରି ଲୋକଙ୍କୁ ନ୍ୟାୟ ଦିଆଯିବା ଦରକାର ।