ନିର୍ବାଚନ ପାଇଁ ରାଜନୈତିକ ଦଳ ସହିତ ବୈଠକ

Mar 1, 2019 - 18:01
 138
ନିର୍ବାଚନ ପାଇଁ ରାଜନୈତିକ ଦଳ ସହିତ ବୈଠକ
ଅନୁଗୋଳ, ୨୮/୨(ସକାଳଖବର):ଆସନ୍ତା ନିର୍ବାଚନକୁ ସ୍ୱଚ୍ଛ ଓ ନିରକ୍ଷେପ କରିବା ସହ ଏହାର ସୁପରିଚଳାନା ସମ୍ପର୍କରେ ନିର୍ବାଚନ କମିଶନଙ୍କ ଆଦର୍ଶ ଆରଚଣ ବିଧିକୁ ନେଇ ଏକ ବୈଠକ ରାଜନୈତିକ ଦଳ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତା କରି ନିର୍ବାଚନ ଘୋଷଣା ହେବା ପରେ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଣୀତ ଆଦର୍ଶ ଆରଚଣ ବିଧିର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ । ନିର୍ବାଚନ ଘୋଷଣା ହେବାର ୨୪ଘଣ୍ଟା ମଧ୍ୟରେ ସମସ୍ତ ପ୍ରଚାର ହୋଡ଼ିଂକୁ ହଟାଇବାକୁ ଜିଲାପାଳ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି । ନାମାଙ୍କନ ପତ୍ର ଦାଖଲ ଠାରୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚର ହିସାବକୁ ରେଜିଷ୍ଟାରରେ ଲିପିବଦ୍ଧ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଆସନ୍ତା ନିର୍ବାଚନରେ ବୃଦ୍ଧ ଓ ଭିନ୍ନକ୍ଷମ ଭୋଟରମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଆଗ ଧାଡ଼ିରେ ନେଇ ଭୋଟ ଦେବାରେ ସହାୟତା କରିବାକୁ ବୁଥ୍ସ୍ତରୀୟ ଏଜେଣ୍ଟ ଓ ବୁଥସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଏହାଛଡ଼ା ସେମାନେ ଭୋଟରମାନଙ୍କୁ ସେମାନଙ୍କର ସାମ୍ବିଧାନକ ଅଧିକାର ସାବ୍ୟସ୍ତ କରିବା ନିମନ୍ତେ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି । ତାଳଚେର ସିଟି ଓ ପ୍ରେମୋସ କୁମାର ସାହୁ ଆଦର୍ଶ ଆଚରଣ ବିଧିରେ ଲିପିବଦ୍ଧ ବିଭିନ୍ନ କରଣୀୟ ଓ ଅକରଣୟ କାର୍ଯ୍ୟ ସମ୍ପର୍କରେ ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ । ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ କୌଣସି ରାଜନୈତିକ ଦଳ ଓ ଏଜେଣ୍ଟମାନେ ଭୋଟରମାନଙ୍କୁ ମଦ ଓ ଉପହାର ବାଣ୍ଟି ପାରିବେ ନାହିଁ କିମ୍ବା କୌଣସି ପ୍ରକାର ଲାଞ୍ଚ ଦେଇ ପ୍ରଲୋଭିତ କରିପାରିବେ ନାହିଁ । ଲିଙ୍ଗଗଡ଼ ଓ ଜାତିଗଡତ ବେଦବା ବା ଘୃଣା ସୃଷ୍ଟି କରୁଥିବା କୌଣସି କାର୍ଯ୍ୟ କରିପାରିବେ ନାହିଁ । ଜନ ମଙ୍ଗଳ ଯୋଜନାର ପ୍ରଚାର ହୋଇପାରିବ ନାହିଁ । ରାଜନୈତିକ କାର୍ଯ୍ୟକ୍ରମରେ ଆସୁଥିବା ପ୍ରତିନିଧିମାନେ ସରକାରୀ ଅତିଥି ଭବନ ଓ ବଙ୍ଗଳାରେ ରହିପାରିବେ ନାହିଁ । ଡ଼ାକ ବାଜି ଯନ୍ତ୍ର ବ୍ୟବହାର ନିମନ୍ତେ ଆଗୁଆ ଅନୁମତି ନେବାକୁ ପରାମର୍ଶ ଦିଆଯାଇଛି ।