ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଅରୁଣ ଗୋଏଲ

Nov 21, 2022 - 06:25
 50
ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଅରୁଣ ଗୋଏଲ
ନୂଆଦିଲ୍ଲୀ: ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ନବନିଯୁକ୍ତ ନିର୍ବାଚନ କମିଶନର ଅରୁଣ ଗୋଏଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପଞ୍ଜାବ କ୍ୟାଡର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶ୍ରୀ ଗୋଏଲ୍ ଗତ ନଭେମ୍ବର ୧୮ ତାରିଖରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ତାଙ୍କୁ ଶନିବାର ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଥିଲା। ସେ ୬୦ ବର୍ଷ ପୂରଣ କରିବା ପରେ ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ନେବାର ଥିଲା । ନିର୍ବାଚନ କମିଶନ ୩ ଜଣିଆ କମିଟିରେ ଅନ୍ୟ ସଦସ୍ୟ ତଥା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ ଶ୍ରୀ ଗୋଏଲ୍ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି।