ଧାରା ୩୭୭ ସମଲିଙ୍ଗୀ ଦୈହିକ ସମ୍ପର୍କ ଅପରାଧ ନୁହେଁ: ସୁପ୍ରିମ୍‌ କୋର୍ଟ

Sep 6, 2018 - 09:25
 180
ଧାରା ୩୭୭  ସମଲିଙ୍ଗୀ ଦୈହିକ ସମ୍ପର୍କ  ଅପରାଧ ନୁହେଁ: ସୁପ୍ରିମ୍‌ କୋର୍ଟ
ନୂଆଦିଲ୍ଲୀ,୬/୯(ସକାଳଖବର):ସମଲିଙ୍ଗୀ ସମ୍ପର୍କ ଅପରାଧ ନୁୁହେଁ । ପ୍ରାପ୍ତ ବୟସ୍କମାନଙ୍କ ପାଇଁ ସହମତିଗତ ସମଲିଙ୍ଗୀୟ ଦୈହିକ ସମ୍ପର୍କ ଅପରାଧ ନୁହେଁ ବୋଲି ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ଘୋଷଣା କରିଛନ୍ତି। ସମଲିଙ୍ଗୀୟ ଯୌନଚାର ନିମନ୍ତେ ବ୍ୟକ୍ତିଙ୍କୁ ଦଣ୍ଡିତ କରୁଥିବା ବ୍ରିଟିସ ଅମଳର ଧାରା ୩୭୭କୁ ରଦ୍ଦ କରି ସର୍ବୋଚ୍ଚ ଅଦାଲତ ଏ ଭଳି ରାୟ ଶୁଣାଇଛନ୍ତି।। ତେବେ ଆଜି ଏହି ମାମଲାର ରାୟ ପ୍ରକାଶ କରି ସର୍ବୋଚ୍ଚ ନ୍ୟାୟାଳୟ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି କହିଛନ୍ତି। ସୁପ୍ରିମ କୋର୍ଟର ୫ଜଣିଆ ଖଣ୍ଡପିଠ ରାୟ ପ୍ରକାଶ କରିଛନ୍ତି ସମଲିଙ୍ଗୀ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ଜଣେ ବ୍ୟକ୍ତି ଯେମିତି ତା’ଙ୍କୁ ସେମିତି ଭାବେ ଗ୍ରହଣ କରିବା ଉଚିତ ବୋଲି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ରାୟ ପ୍ରଦାନ କରିଛନ୍ତି। ୫ଜଣିଆ ଖଣ୍ଡପିଠରେ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ରୋହିଟନ ନରୀମନ, ଏଏମ ଖାନବିଲକର, ଡି ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଇନ୍ଦୁ ମଲହୋତ୍ରା ପ୍ରମୁଖ ସେମାନଙ୍କ ରାୟ ପ୍ରଦାନ କରିବା ପରେ ମାନ୍ୟବର କୋର୍ଟ ସମଲିଙ୍ଗୀ ସମ୍ପର୍କକୁ ମାନ୍ୟତା ପ୍ରଦାନ କରିଛନ୍ତି। ସୁପ୍ରିମ୍‌ କୋର୍ଟର ଏକ ସାମ୍ବିଧାନିକ ବେଞ୍ଚ୍‌ ବ୍ରିଟିସ୍‌ ଅମଳ ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ (ଆଇପିସି) ଧରା ୩୭୭କୁ ଦନ୍ତହୀନ କରିଛି। ଧାରା ୩୭୭ ଅନ୍ତର୍ଗତ କାର୍ୟ୍ୟକଳାପ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚିତ ହେଉଥିଲା। ଏବେ ଗୋପନରେ ସମଲିଙ୍ଗୀୟ ଯୌନାଚାରରେ ଲିପ୍ତ ରହିବା ଧାରା ୩୭୭ ଅନୁସାରେ ଆଉ ଦଣ୍ଡନୀୟ ନୁହେଁ। ଗୁରୁବାରର ରାୟ ବ୍ୟକ୍ତିଗତ ସ୍ୱାଧୀନତା ପାଇଁ ନୂତନ ସକାଳ ଆଣିବା ସହ ଲେସ୍‌ବିୟାନ୍‌, ଗେ, ବାଇସେକ୍ସୁଆଲ୍‌ ଏବଂ ଟ୍ରାନ୍‌ସ୍‌ଜେଣ୍ଡର୍‌ଙ୍କ ପାଇଁ ବଡ଼ ବିଜୟ ଆଣିଛି। ପରିବର୍ତ୍ତିତ ସମୟର ଆବଶ୍ୟକତା ଅନୁସାରେ ଆଇନ୍‌ର ବ୍ୟାଖ୍ୟାନ ହେବା ଉଚିତ ବୋଲି ସୁପ୍ରିମ୍‌ କୋର୍ଟ ରାୟ ଦେଇଛନ୍ତି।