ଧାରଣାରତ ଶିକ୍ଷକଙ୍କ ଦାବି ଉପରେ ଆଲୋଚନା ପାଇଁ ବୈଠକ

Aug 18, 2018 - 19:41
 168
ଧାରଣାରତ  ଶିକ୍ଷକଙ୍କ ଦାବି ଉପରେ ଆଲୋଚନା ପାଇଁ ବୈଠକ
ଭୁବନେଶ୍ୱର,୧୮/୮( ସକାଳଖବର): ରାଜଧାନୀର ଗାନ୍ଧିମାର୍ଗରେ ଧାରଣାରେ ବସିଥିବା ଶିକ୍ଷକମାନେ ଛୋଟ ଛୋଟ କଥାରେ ଅଡି ବସୁଛନ୍ତି । ଏହାଦ୍ୱାରା ପିଲାଙ୍କର ପାଠ ପଢା ପ୍ରଭାବିତ ହୋଇଛି । ଏଥିନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଜାରୀ ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଯୋଗ୍ୟ ବିବେଚିତ ଦିନଠାରୁ ଚ।କିରି ସର୍ତାବଳୀ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ ସହିତ ପୂର୍ଣ୍ଣଅନୁଦାନ ପ୍ରଦାନ କରିବା ଦାବିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚ।ରୀ ମିଳିତ ମଂଚ ଗୁରୁବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜରାସ୍ତାକୁ ଓହ୍ଲାଇଛି ।