ବଂଶୀଧର ପଣ୍ଡା ଥିଲେ ଓଡିଶା ଶିଳ୍ପାୟନର ପଥପଦର୍ଶକ : ଧର୍ମେନ୍ଦ୍ର ପ୍ରଧାନ

May 23, 2018 - 07:12
 151
ଭୁବନେଶ୍ୱର – ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ମୃତୁ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ବଶିଂଧର ପଣ୍ଡା ଓଡିଶାର ଶିଳ୍ପକୁ ଏକ ନୂଆ ଦିଶା ଦେଇଥିଲେ । ଓଡିଶାର ଶିଳ୍ପାୟନରେ ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ତାଙ୍କର ଅବଦାନ ଅତ୍ୟନ୍ତ ମହତ୍ୱପୁର୍ଣ୍ଣ ଥିଲା । ତାଙ୍କର ଉଦ୍ୟମରେ ରାଜ୍ୟରେ ଶିଳ୍ପାୟନକୁ ଏକ ଗୁରୁତ୍ୱପୁର୍ଣ୍ଣ ମୋଡ ମିଳିଥିଲା ଯାହା ପରବର୍ତୀ ସମୟରେ ଆହୁରି ଅନେକ ଓଡିଆଙ୍କୁ ଶିଳ୍ପ ପ୍ରତିଷ୍ଠା କରିବା ଦିଗରେ ମନୋବଳ ବଢାଇଥିଲା ବୋଲି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଶ୍ରୀ ପ୍ରଧାନ ।