୭୫ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଯୁବବର୍ଗଙ୍କ ପାଇଁ ଏହା ସ୍ମରଣୀୟ ଦିନ

Oct 22, 2022 - 08:22
 54
୭୫ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଯୁବବର୍ଗଙ୍କ ପାଇଁ ଏହା ସ୍ମରଣୀୟ ଦିନ
ନୂଆଦିଲ୍ଲୀ ୨୨/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବକଙ୍କୁ ଦୀପାବଳି ଅବସରରେ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ଦେବା ପାଇଁ ’ରୋଜଗାର ମେଳା’ର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବଛାଯାଇଥିବା ୭୫,୨୨୬ ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ଏହି ଅବସରରେ ପିଏମ ମୋଦୀ କହିଛନ୍ତି ଯେ, ସରକାରୀ ଚାକିରି କେବଳ ସେବା ନୁହେଁ, ବରଂ ସଂପୂର୍ଣ୍ଣ ତତ୍ପରତା ଏବଂ ପ୍ରତିବଦ୍ଧତା ସହ ଦେଶ ସେବା କରିବା ଏବଂ ଦେଶ ପାଇଁ କାମ କରିବାର ଅବସର। ଏହି ଅବସରରେ ପିଏମ ମୋଦୀ କହିଛନ୍ତି ଯେ, ଆଜି ଭାରତର ଯୁବ ଶକ୍ତିଙ୍କ ପାଇଁ ମହତ୍ୱପୂର୍ଣ୍ଣ ଦିନ ଅଟେ । ଗତ ୮ ବର୍ଷରେ ରୋଜଗାର ଏବଂ ସ୍ବରୋଜଗାରର ଯେଉଁ ଅଭିଯାନ ଚାଲୁଛି, ସେଥିରେ ଏକ ବଡ଼ ପଦକ୍ଷେପ ଯୋଡ଼ି ହୋଇଛି। ଯାହା ହେଉଛି ଏହି ’ରୋଜଗାର ମେଳା’। ପିଏମ ମୋଦୀ କହିଛନ୍ତି ଯେ ଭାଜପା ଶାସିତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହିଭଳି ରୋଜଗାର ମେଳାର ଆୟୋଜିତ କରାଯିବ। ଦାଦ୍ରା ନଗର ହବେଲୀ, ଦାମନ ଡିଉ, ଜମ୍ମୁ-କଶ୍ମୀର ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ ସମୂହରେ ଏହିଭଳି ରୋଜଗାର ମେଳା ଆୟୋଜନ କରାଯିବ। ଏଠାରେ ହଜାର ଲୋକଙ୍କୁ ଖୁବ୍‌ଶୀଘ୍ର ନିଯୁକ୍ତି ପତ୍ର ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦୀ ୧୦ ବର୍ଷ ପୂର୍ବ ଅବସ୍ଥା ବିଷୟରେ କହିଛନ୍ତି ଯେ, ବର୍ତ୍ତମାନର ସରକାରୀ ତନ୍ତ୍ରରେ ବଡ଼ ପରିବର୍ତ୍ତନ ଆସିଛି । ସେ କହିଛନ୍ତି ଯେ ଦେଶରେ କାର୍ଯ ସଂସ୍କୃତି ବଦଳୁଛି ସେ ସ୍କିଲ ଇଣ୍ଡିଆ ଅଭିଯାନ ଅନୁଯାୟୀ ଏକ କୋଟିରୁ ଅଧିକ ଯୁବକଙ୍କୁ ଦକ୍ଷ କରାଯିବା ନେଇ ସୂଚନା ଦେଇଛନ୍ତି । ଏହା ସହ ଖଦିର ରୋଜଗାର ଦେବାରେ ଭୂମିକାର ମଧ୍ୟ ଚର୍ଚ୍ଚା କରିଥିଲେ।