ଘରେ ଚାଲିଥିଲା ରୋଷେଇ, ହଠାତ୍ ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ପରିବାର

Oct 22, 2022 - 08:24
 47
ଘରେ ଚାଲିଥିଲା ରୋଷେଇ, ହଠାତ୍ ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ପରିବାର
ସାନଖେମୁଣ୍ଡି ୨୨/୧୦: ସକାଳୁ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କିରେ ଲାଗିଲା ନିଆଁ । ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗ୍ରାମର କୈଳାସ ପ୍ରଧାନଙ୍କ ଘରେ ଲାଗିଲା ନିଆଁ । ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରୁ ଏହି ନିଆଁ ଲାଗିଥିଲା । ତେବେ ନିଆଁ ଲାଗିଯିବା ପରେ ଘରୁ ବାହାରକୁ ପଳାଇ ଆସିଥିଲେ ପରିବାର ଲୋକ । ସୌଭାଗ୍ୟ ବଶତଃ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ନିଆଁ ଦାଉରୁ ରକ୍ଷା ପାଇଯାଇଛନ୍ତି । ହୁତୁ ହୁତୁ ହୋଇ ଘରୁ ନିଆଁ ବାହାରୁଥିବା ଦେଖି ଗ୍ରାମବାସୀ ମାନେ ଦୌଡି ଆସି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ପରେ ସ୍ଥିତି ଅଣାୟତ ହେବାରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସେପଟେ ଏମିତି ଏକ ଅଘଟଣ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।