ଦୃଷ୍ଟିହୀନ ଚେସ୍ ଖେଳାଳିଙ୍କ ଝାରଖଣ୍ଡ ଯାତ୍ରା

Aug 8, 2018 - 18:23
 156
ଭୁବନେଶ୍ୱର,୮/୮ (ସକାଳଖବର): ସର୍ବଭାରତୀୟ ପୂର୍ବାଂଚଳ ଦୃଷ୍ଟିହୀନ ଚେସ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାରୁ ୧୧ଜଣ ଖେଳାଳି ପୁରୁଷୋତମ ଟ୍ରେନ୍ ଯୋଗେ ଝାରଖଣ୍ଡ ଯାତ୍ରା କରିଛନ୍ତି । ଝାରଖଣ୍ଡ ଚେସ୍ ଆସୋସିଏସନ ଫର୍ ବ୍ଲାଇଣ୍ଡ, ଏଲ୍ଡ଼ିଏ ରାଂଚି, ଅଲ୍ ଇଣ୍ଡିଆ ଚେସ୍ ଫେଡେ଼ରେସନ ଫର୍ ଦି ବ୍ଲାଇଣ୍ଡର ମିଳିତ ସହଯୋଗରେ ଝାରଖଣ୍ଡ ରାଜ୍ୟର ବୋକାରୋ ଷ୍ଟିଲ୍ ସିଟିଠାରେ ଅଗଷ୍ଟ ୯-୧୨ ପର୍ଯ୍ୟନ୍ତ ସର୍ବଭାରତୀୟ ପୂର୍ବାଂଚଳ ଦୃଷ୍ଟିହୀନ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ (ଏନ୍.ଏ.ବି) ଓଡ଼ିଶା ଶାଖା ପକ୍ଷରୁ ଖେଳାଳି ଚୟନ ସହ ଖେଳାଳିମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରାଯାଇଛି । ଖେଳାଳିଙ୍କ ସହ ଅନୁଷ୍ଠାନର ତି୍ରଲୋଚନ ବେଉରା ଓ ଦୁଇ ଅଭିଭାବକ ଯାତ୍ରା କରିଛନ୍ତି । ନୂଆଦିଲ୍ଲୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଶ୍ରା ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କ୍ରୀଡ଼ା ଅଧିକାରୀ ଗୋପୀମୋହନ ପଟ୍ଟନାୟକ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, ନିରଞ୍ଜନ ସାହୁ ପ୍ରମୁଖ ଭୁବନେଶ୍ୱର ରେଳ ଷ୍ଟେସନରେ ପହଂଚି