ଦିଲ୍ଲୀ ଅଭିମୁଖେ ଦ୍ରୌପଦୀ ମୁର୍ମୁ

Jun 23, 2022 - 04:45
 44
ଦିଲ୍ଲୀ ଅଭିମୁଖେ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର: ଆଜି ଦିଲ୍ଲୀ ଗସ୍ତ କରିଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏନେଇ ଭୁବନେଶ୍ବର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଜେପିର ନେତୃବୃନ୍ଦ ଓ କର୍ମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବିମାନ ବନ୍ଦରରେ ଅପେକ୍ଷା କରିଥିଲେ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୁର୍ମୁଙ୍କ ନାମ ଘୋଷଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ Z+ ସୁରକ୍ଷା ଯୋଗାଇ ଦିଆଯାଇଛି । ସିଆରପିଏଫର ୧୦ ଟିମ୍ ଏହି ସୁରକ୍ଷା ବ୍ୟବସ୍ଥାରେ ସାମିଲ ରହିଛନ୍ତି । ଦିଲ୍ଲୀ ଯିବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଆସନ୍ତାକାଲି(ଜୁନ ୨୪) ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବାର ସମ୍ଭାବନା ରହିଛି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହିପାରନ୍ତି । ନାମାଙ୍କନ ଦାଖଲ ପର୍ୟ୍ୟନ୍ତ ସେ ଓଡିଶା ଭବନରେ ଅବସ୍ଥାନ କରିବେ ବୋଲି ସୂଚନା ମିଳିଛି ।