ଦିଲୀପଙ୍କ ଆବେଗିକ ଇସ୍ତଫାପତ୍ର, ନିର୍ବାଚନ ଲଢିବେନି

Nov 30, 2018 - 17:35
 254
ଦିଲୀପଙ୍କ ଆବେଗିକ ଇସ୍ତଫାପତ୍ର, ନିର୍ବାଚନ ଲଢିବେନି
ଭୁବନେଶ୍ୱର,୩୦,୧୧(ସକାଳଖବର): ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ରାଉରକେଲାରୁ ନିର୍ବାଚନ ଲଢିବେ ନାହିଁ ବୋଲି ବିଧାୟକ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀପ ରାୟ ଘୋଷଣା କରିଛନ୍ତି । ନିଜର ଇସ୍ତଫା ସମ୍ପର୍କରେ ସେ କହିଛନ୍ତି ଯେ ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଓ ଅ ।ଇଜିଏଚ ପ୍ରସଙ୍ଗରେ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି । ତେଣୁ ୨୦୧୯ରେ କିଭଳି ଭୋଟ ମାଗିବେ । ମାଟି ଆଗେ ପାର୍ଟି ପରେ ଏହି ନାରାରେ ସେ ବିଶ୍ୱାସ କରନ୍ତି, ଯେହେତୁ ପ୍ରତିଶ୍ରୁତି ପାଳନରେ ସେ ବିଫଳ ହୋଇଛନ୍ତି, ତେଣୁ ରାଉରକେଲାରୁ ସେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଉରକେଲା ମୋତେ ବହୁତ କିଛି ଦେଇଛି । ସେଥିପାଇଁ ଦୁଇ ପ୍ରକଳ୍ପ ନେଇ ଲୋକଙ୍କ ପ୍ରଶ୍ନର ମୁଁ କି ଉତର ଦେବି? ନିର୍ବାଚନରେ ନିଜ ଓ ଦଳ ପାଇଁ କିପରି ଭୋଟ ମାଗିବି ? ବରଂ ଏହି ଉତର ପାଇଁ ବିଜେପିର ପରବର୍ତୀ ଉତରାଧିକାରୀ ବୋଧହୁଏ ଯୋଗ୍ୟ ବ୍ୟକ୍ତି ହେବେ । ବିଧାୟକ ପଦରୁ ଇସ୍ତଫା ଦେଉଥିଲେ ବି ସବୁବେଳେ ରାଉରକେଲାବାସୀଙ୍କ ଶ୍ରଦ୍ଧା ଓ ସ୍ନେହ ମୋ ପାଇଁ ଅଭୁଲା ହୋଇ ରହିବ । ଶକ୍ତି ମୁତାବକ ମୁଁ ସେମାନଙ୍କର ସେବା କରୁଥିବି । ବିଶେଷ କରି ବିଜେପି କର୍ମୀମାନେ ଗତ ନିର୍ବାଚନରେ ଓ ବିଧାୟକ ଭାବେ ମୋ କାର୍ଯ୍ୟକାଳ ସମୟରେ ଯେପରି ସହଯୋଗ କରିଛନ୍ତି ସେଥିଲାଗି ମୁଁ କୃତଜ୍ଞ । ଆଶା କରୁଛି ମୋର ଆବେଗ ଓ ନିଷ୍ଠାକୁ ଇସ୍ପାତ ସହରବାସୀ ବୁଝିବେ ଓ ସହଯୋଗ କରିବେ । ତେବେ ବିଜେପି କର୍ମୀ ଓ ନେତାମାନଙ୍କୁ ମୋର ବିନମ୍ର ନିବେଦନ, ବିକାଶ ପାଇଁ ସେମାନେ ପାର୍ଟିର ଡାକ ଅପେକ୍ଷା ଆଗେ ମାଟିର ଡାକକୁ ଶୁଣନ୍ତୁ । ମାଟି ମା’ର ବିକାଶ ହିଁ ପ୍ରକୃତ ବିକାଶ ବୋଲି ସେ କହିଛନ୍ତି ।