ଦଳିତଙ୍କ ସଶକ୍ତ ପାଇଁ ଉକ୍ରଳ ଭାରତ ସଙ୍କଳ୍ପବଦ୍ଧ : ଖାରବେଳ

Sep 25, 2018 - 18:24
 169
ଦଳିତଙ୍କ ସଶକ୍ତ ପାଇଁ ଉକ୍ରଳ ଭାରତ ସଙ୍କଳ୍ପବଦ୍ଧ : ଖାରବେଳ
ଭୁବନେଶ୍ୱର,୨୫/୯ (ସକାଳଖବର): ଦଳିତ ଉକ୍ରଳ ଭାରତର ରାଜ୍ୟ ସମ୍ମେଳନ ଏହାର ରାଜ୍ୟ ସଭାପତି ଦିଲ୍ଲୀପ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମେଳନରେ ଉଦବୋଧନ ଦେଇ ଉକ୍ରଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାମାନେ ଦଳିତମାନଙ୍କ ପାଇଁ ବାହାସ୍ଫୋଟ ମାରୁଥିଲା ବେଳେ ସେମାନଙ୍କର ଜୀବନ ଧାରଣର ମାନଦଣ୍ଡ ଆଜି ମଧ୍ୟ ବଡ଼ ନିମ୍ନ ସ୍ତରରେ ରହିଛି । ସବର୍ଣ୍ଣ ଅସବର୍ଣ୍ଣମାନଙ୍କ ମଧ୍ୟରେ ବିକାଶକୁ ନେଇ ବ୍ୟାପକ ମତପାର୍ଥକ୍ୟ ସୃଷ୍ଟି ହୋଇଛି । ଦଳିତମାନଙ୍କର ଆର୍ଥôକ ଓ ସାମାଜିକ ଉତାନ ସବର୍ଣ୍ଣମାନଙ୍କ ମଧ୍ୟରେ ବ୍ୟାପକ ଇର୍ଷା ଓ ବିଦ୍ୱେଷ ସୃଷ୍ଟି କରିଛି । ଉକ୍ରଳ ଭାରତ ଏହି ମାନସିକ ମତପାର୍ଥକ୍ୟକୁ ଦୂରେଇବାକୁ ପ୍ରୟାସ କରିବ ଓ ଦଳିତମାନଙ୍କ ପରି ସମାଜର ଏକ ବିଶାଳ ବର୍ଗ ଅନୁନ୍ନତ ହୋଇ ପଡ଼ି ରହିଲେ ତାହା ସାରା ରାଜ୍ୟର ବିକାଶକୁ ବ୍ୟାହାତ କରିବ ବୋଲି ବୁଝାଇବ । ଏହାଛଡ଼ା ଦଳିତ ସମ୍ପ୍ରଦାୟ ମଧ୍ୟରେ ନିର୍ମଳ ଭାବମୂର୍ତିର ବଳିଷ୍ଠ ନେତୃତ୍ୱ ସୁଷ୍ଟି କରି ସେହି ବର୍ଗର ବ୍ୟକ୍ତିମାନଙ୍କର ସାମାଜିକ ମର୍ଯ୍ୟାଦା ଓ ଆର୍ଥିକ କ୍ଷମତାକୁ ବୃଦ୍ଧି ତଥା ସମୃଦ୍ଧ ଓ ସଶକ୍ତ କରିବାକୁ ଉକ୍ରଳ ଭାରତ ସଙ୍କଳ୍ପବଦ୍ଧ ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ୧୮ବର୍ଷରୁ ଉଦ୍ଧ୍ୱର୍ ହେବ ଓଡ଼ିଶାକୁ ନୀରଙ୍କୁଶ ଭାବେ ଶାସନ କରିଚାଲିଥିବା ବିଜେଡିଏକ ଭ୍ରଷ୍ଟାଚାରୀ, ଦୁର୍ନୀତିଗସ୍ତ ଓ ଅପାରଗ । ରାଜ୍ୟର ଏହି ଶାସକ ଦଳର ନେତୃତ୍ୱ କୌଣସି ଦୂରଦୃଷ୍ଟି ବା ଦକ୍ଷତା ପ୍ରଦର୍ଶନ କରିପାରିନାହାନ୍ତି । ଅନାବଶ୍ୟକ ଭାବରେ ବିଜେଡି ସରକାର କଂଗ୍ରେସ ଏବଂ ବିଜେପି ଦଳମାନଙ୍କର ନୀରବ ସମର୍ଥନରେ ବର୍ଷକୁ ୩୫ କୋଟି ଟଙ୍କା ଖର୍ଚ୍ଚ କରି ବିଧାନ ପରିଷଦ ଗଢି ନିଜ ଦଳର ନେତାମାନଙ୍କର ଥଇଥାନ କରିବାର ପ୍ରଚେଷ୍ଟାକୁ ତାଙ୍କ ଦଳ ବିରୋଧ କରିବ ।୨୦୧୯ରେ ଉକ୍ରଳ ଭାରତ ଶାସକ ବିଜେଡିର ବିକଳ୍ପ ହେବା ପାଇଁ ଓ ଓଡ଼ିଶାର ସମୃଦ୍ଧି ପାଇଁ ସାରା ରାଜ୍ୟରେ ତା’ର ସଂଗଠନକୁ ବଢେ଼ଇବା ପାଇଁ ଉଦ୍ୟମରେ ଲାଗିଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।