ଦକ୍ଷିଣ ଆଫ୍ରିକାକୁ ୫-୦ରେ ପରାସ୍ତ କଲା ଭାରତ

Nov 28, 2018 - 17:06
 152
ଦକ୍ଷିଣ ଆଫ୍ରିକାକୁ ୫-୦ରେ ପରାସ୍ତ କଲା ଭାରତ
ଭୁବନେଶ୍ୱର, ୨୮/୧୧(ସକାଳଖବର): କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପୁରୁଷ ହକି ବିଶ୍ୱ କପର ପ୍ରଥମ ଦିବସରେ ଭାରତ ଦମଦାର ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ହୋଇଥିଲା । ଭାରତ ୫-୦ ରେ ଦକ୍ଷିଣ ଆଫ୍ରିକାକୁ ହରାଇ ବାଜି ମାରି ନେଇଛି । ଭାରତ ପକ୍ଷରୁ ସିମରନଜିତ ସିଂ ଦୁଇଟି ଗୋଲ ଦେଇ ଦେଇ ମ୍ୟାନ ଅଫ ଦି ମ୍ୟାଚ ଦେଇଛନ୍ତି । ଏହା ବ୍ୟତୀତ ମନଦୀପ, ଆକାଶଦୀପ, ଲଳିତ ଗୋଟିଏ ଲେଖାଏଁ ଗୋଲ ଦେଇଛନ୍ତି । ଭାରତର ପୂର୍ବତନ ହକି କ୍ୟାପଟେନ ଅଜିତ ପାଲ ସିଂ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ସିମରନଜିତ ସିଂଙ୍କୁ ୫୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି । ଭାରତର ବିଜୟରେ ହକିପ୍ରେମୀମାନେ ଅତ୍ୟନ୍ତ ଖୁସି ହୋଇ ଷ୍ଟାଡିୟମ ବାହାରେ ଆତସବାଜୀ କରିଥିଲେ । ଭାରତ ପକ୍ଷରୁ ୧୦ମ ମିନିଟରେ ମନଦୀପ ସିଂ ପ୍ରଥମ ଗୋଲ କରିଥିଲେ । ଏହାପରେ ଦ୍ୱାଦଶ ମିନିଟରେ ଆକାଶ ଦୀପ ଦ୍ୱିତୀୟ ଗୋଲ ସ୍କୋର କରିଥିଲୋ ୪୩ ତମ ଓ ୪୬ତମ ମିନିଟରେ ସିମରନଜିତ୍ ତୃତୀୟ ଏବଂ ପଂଚମ ଗୋଲ ସ୍କୋର କରିଥିଲେ । ସେହିପରି ୪୫ତମ ମିନିଟରେ ଲଳିତ ଉପାଧ୍ୟାୟ ୪ର୍ଥ ଗୋଲକରି ସ୍କୋର କରିଥିଲେ । ଭାରତ ଏହି ମ୍ୟାଚରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଓ ୯ମ ମିନିଟରେ ଭାରତକୁ ପ୍ରଥମ ପେନାଲଟି ମିଳିଥିଲା । ପ୍ରଥମ କ୍ୱାଟର ପର୍ଯ୍ୟନ୍ତ ଭାରତ ୨-୦ରେ ଅଗ୍ରଣୀ ଥିଲା । ଏହି ମ୍ୟାଚରେ ଭାରତୀୟ ଖେଳାଳୀ ମାନଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ ଥିଲା । ଦକ୍ଷିଣ ଆଫ୍ରିକାର ଖେଳାଳୀ ମାନଙ୍କୁ ସୁଯୋଗ ମିଳିଥିଲେ ସୁଦ୍ଧା ସେମାନେ ସ୍କୋର କରିପାରିନଥିଲେ ।