ହକି ଖେଳାଳୀଙ୍କୁ ସ୍ୱାଗତ ଜଣାଇଲେ ଧର୍ମେନ୍ଦ୍ର

Nov 27, 2018 - 18:15
 133
ଭୁବନେଶ୍ୱର, ୨୭/୧୧(ସକାଳଖବର): କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଅ ।ରମ୍ଭ ହେଉଥିବା ପୁରୁଷ ହକି ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦେଶର ଖେଳାଳୀଙ୍କୁ ସ୍୍ୱାଗତ କରିଛନ୍ତି । ଏ ସମ୍ପର୍କରେ ଟ୍ୱିଟ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ହକି ବିଶ୍ୱକପ ଉଦଘାଟନ ଅବସରରେ ଅଂଶଗ୍ରହଣ କରୁଥିବା ବିଶ୍ୱର ବିଭିନ୍ନ ଦେଶର ଟିମ ସମୂହ ଓ ଦେଶ ବିଦେଶର ହକି ପ୍ରେମୀଙ୍କୁ ଓଡିଶା ମାଟିରେ ସ୍ୱାଗତ । ହକି ସହ ଓଡିଶାର ଅନନ୍ୟ କଳା ସଂସ୍କୃତି, ପରମ୍ପରା ଓ ରୁଚିପୂର୍ଣ ଖାଦ୍ୟ ସମସ୍ତଙ୍କୁ ଅ ।ନନ୍ଦ ଦେବ ବୋଲି ମୋର ଦୃଢ ବିଶ୍ୱାସ । ଏହି ଟୁର୍ଣାମେଂଟରେ ଭାରତୀୟ ଦଳ ଉତମ ଖେଳ ପ୍ରଦର୍ଶନ କରି ସଫଳ ଟିମ ଭାବେ ସମସ୍ତ ଭାରତବାସୀଙ୍କୁ ଗର୍ବିତ କରିବାକୁ ଶୁଭକାମନା ଜଣାଉଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।