ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣା, ୪୫ ମୃତ

Sep 11, 2018 - 18:35
 190
ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣା,  ୪୫ ମୃତ
ହାଇଦ୍ରାବାଦ,୧୧/୯ (ସକାଳଖବର): ତେଲଙ୍ଗାନାର ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିା ଏହି ଦୁର୍ଘଟଣାରେ ୪୫ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଛିା କୋଣ୍ଡାଗଟ୍ଟୁ ଘାଟି ପାଖରେ ରାଜ୍ୟ ପରିବହନ ନିଗମର ବସ ଓଲଟି ଯିବାରୁ ଏହି ଦୁର୍ଘଟଣା ଘଟିଛିା ଏଥିରେ ପ୍ରାୟ ୨୦ ଜଣ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପ୍ରଶାସନ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କୁହାଯାଉଛି ଯେ ବ୍ରେକ ଫେଲ ହେବାରୁ ଏହି ଦୁର୍ଘଟଣା ଘଟିଛି । ଜଗତିଆଲ ଅଧୀକ୍ଷକ ସିନ୍ଧୁ ଶର୍ମା ଏହି ଦୁର୍ଘଟଣାରେ ଏ ପର୍ଯ୍ୟପନ୍ତ ୪୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି । ଆହତଙ୍କୁ ନିକଟତମ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାରକାର୍ଯ୍ୟ ଜୋରସୋରରେ ଜାରି ରହିଛି । ଖବର ମୁତାବକ ତେଲଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ(ଟିଏସଆରଟିସି)ର ବସରେ ୬୨ ଜଣ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ଜଗତିଆଲ ଜିଲ୍ଲାପାଳ ପହଞ୍ଚି ଉଦ୍ଧାରକାର୍ଯ୍ୟପ ତଦାରଖ କରୁଛନ୍ତି । ସୂଚନା ମୁତାବକ ବସ କୋଣ୍ଡାଗଟ୍ଟୁର ହନୁମାନ ମନ୍ଦିରରୁ ଜଗତିଆଲ ଯାତ୍ରା କରୁଥିଲା । ଏହି ସମୟରେ ଏକ ବାଙ୍କ ଅତିକ୍ରମ କରୁଥିବା ବେଳେ ବସ ବ୍ରେକ ଫେଲ ହୋଇ ଘାଟି ତଳକୁ ଖସି ପଡ଼ିଥିଲା । ରିପୋର୍ଟ ମୁତାବକ ଖାତରେ ବସଟି ଖସିବା ପୂର୍ବରୁ •ରି ଥର ପଲଟି ମାରିଥିଲା । ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏହି ହୃଦୟବିଦାରକ ଦୁର୍ଘଟଣାରେ ଗଭୀର ଶୋକ ପ୍ରକଟ କରିଛନ୍ତି । ସେ ଆହତଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ କରିବାକୁ ଆଦେଶ ଦେଇଛନ୍ତି । ଏହା ସହିତ ରାଜ୍ୟ ମୃତକଙ୍କ ପରିଜନ ପ୍ରତି ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରିଛନ୍ତି ।