ହ୍ୟାକ୍‌ ହେଲା ଟିଏମ୍‌ସିର ଟ୍ବିଟର୍‌ ଆକାଉଣ୍ଟ୍‌; ବଦଳିଲା ଡିପି ଓ ଲୋଗୋ

Feb 28, 2023 - 06:20
 25
ହ୍ୟାକ୍‌ ହେଲା ଟିଏମ୍‌ସିର ଟ୍ବିଟର୍‌ ଆକାଉଣ୍ଟ୍‌; ବଦଳିଲା ଡିପି ଓ ଲୋଗୋ
କୋଲକାତା: ତ୍ରୁଣ ମୂଳ କଂଗ୍ରେସର ଅଫିସିଆଲ୍‌ ଟ୍ବିଟର୍‌ ଆକାଉଣ୍ଟ୍‌ ମଙ୍ଗଳବାର ହ୍ୟାକ୍‌ ହୋଇଛି। ଆକାଉଣ୍ଟ୍‌ରେ ଡିସ୍‌ପ୍ଲେ ପିକ୍ଚର ପରିବର୍ତ୍ତନ ହୋଇଥିବା ବେଳେ ଡିସ୍‌ପ୍ଲେ ହ୍ୟାଣ୍ଡେଲ୍‌ ବି ପରିବର୍ତ୍ତିତ ହୋଇ ‘ୟୁଗୋ ଲ୍ୟାବ୍ସ’ ହୋଇଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଟିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଏହି ଅସୁବିଧାକୁ ଖୁବ୍ ଶୀଘ୍ର ସମାଧାନ କରାଯିବାର ବାଟ ଖୋଜା ଯାଉଛି। ତେବେ ଏବେ ପର୍ଯ୍ୟନ୍ତ ହ୍ୟାକର୍ସ ଟ୍ବିଟର୍‌ରେ କୌଣସି ପୋଷ୍ଟ୍‌ କରିନାହିଁ। ଆପଣ ଜାଣିଥିବେ ଯେ ‘ୟୁଗୋ ଲ୍ୟାବ୍ସ’ ହେଉଛି ଆମେରିକାରେ ଥିବା ବ୍ଲକ୍‌‌ଚେନ୍‌ ଟେକ୍‌ନୋଲୋଜି କମ୍ପାନି। ଯାହାକି ଏନ୍‌ଏଫ୍‌ଟି ଏବଂ ଡିଜିଟାଲ୍‌ କଲେକ୍ଟିବିଲ୍‌ର ବିକାଶ କରେ। କ୍ରିପ୍ଟୋକରେନ୍ସି ଏବଂ ଡିଜିଟାଲ୍‌ ମିଡିଆ ଏହାର ଉଦାହରଣ।