ତୁରନ୍ତ ବୀମା ରାଶି ଚାଷୀଙ୍କୁ ପ୍ରଦାନ କରିବା ପାଇଁ ହେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି - ଧର୍ମେନ୍ଦ୍ର ପ୍ରଧାନ

Jul 30, 2018 - 18:03
 175
ତୁରନ୍ତ ବୀମା ରାଶି ଚାଷୀଙ୍କୁ  ପ୍ରଦାନ କରିବା  ପାଇଁ ହେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି - ଧର୍ମେନ୍ଦ୍ର ପ୍ରଧାନ
ଭୁୁବନେଶ୍ୱର/ନୂଆଦିଲ୍ଲୀ,୩୦ା୭(ସକାଳଖବର): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡିଶାର ଚାଷୀ ମାନଙ୍କର ବକାୟା ରାଶି ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ସୋମବାର ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ କେନ୍ଦ୍ର ଅର୍ଥ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ଭେଟି ଆଲୋଚନା କରିଛନ୍ତି । ଏହି ବୈଠକରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣର ବରିଷ୍ଠ ଅଧିକାରୀ , ଫାଇନାନ୍ସିଆଲ ସର୍ଭିସେସ ବିଭାଗର ଅଧିକାରୀ ତଥା ବିଭିନ୍ନ ବୀମା କମ୍ପାନୀର ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଓଡିଶାର ଚାଷୀ ମାନଙ୍କୁ କିଛି ବୀମା ରାଶି ମିଳିବା ପ୍ରକ୍ରିୟା ଦୁଇ ତିନି ଦିନ ମଧ୍ୟରେ ଆରମ୍ଭ ହୋଇ ଯିବ । ଯେଉଁ ବୀମା ରାଶିକୁ ନେଇ ବିବାଦ ରହିଛି ତାହାର ଶୀଘ୍ର ସମାଧାନ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ଚାଷୀ ମାନଙ୍କୁ ଆଗାମୀ ୨୦-୨୫ ଦିନ ମଧ୍ୟରେ ଏହି ରାଶି ମିଳିବ ବୋଲି ସେ କହିଛନ୍ତି ।