ବିଞ୍ଝାରପୁର ସଂରକ୍ଷିତ ଆସନକୁ ବିରୋଧ ମାମଲା

Aug 2, 2018 - 15:31
 149
ବିଞ୍ଝାରପୁର ସଂରକ୍ଷିତ ଆସନକୁ ବିରୋଧ ମାମଲା
କଟକ,୨ା୮(ସକାଳଖବର): ଯାଜପୁର ଜିଲା ବିଞ୍ଝାରପୁର ବିଧାନ ସଭା ଆସନ ଦୀର୍ଘ ବର୍ଷବର୍ଷ ଧରି ସଂରକ୍ଷିତ ହୋଇ ରହିଆସୁଥିବାରୁ ଏହାକୁ ବିରୋଧ କରି ଦାୟର ମାମଲା ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜବାବ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।