ସଡ଼କ ସୁରକ୍ଷା ସପ୍ତାହର ଶୁଭାରମ୍ଭ
ଅନୁଗୋଳ,୪/୨(ସକାଳଖବର): ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ)ର ଅନୁଗୋଳ ୟୁନିଟ ଦ୍ୱାରା ୩୦ ତମ ସଡ଼କ ସୁରକ୍ଷା ସପ୍ତାହର ଶୁଭାରମ୍ଭ ହୋଇଅଛି । ଏହି ସଡ଼କ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ଜେଏସପିଏଲ ପକ୍ଷରୁ ଅନେକ ସଚେତନତା ଧର୍ମୀ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ରଖାଯାିଛି । ଆଜି ସଡ଼କ ସୁରକ୍ଷା ସପ୍ତାହର ଉଦଘାଟନୀ ସମାରୋହରେ ଜେଏସପିଏଲ ଇଡ଼ି ମେଣ୍ଟେନାନ୍ସ ଶ୍ରୀ ସୁରେଶ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହିତ ଉପସ୍ଥିତ କର୍ମଚାରୀ ଏବଂ ଶ୍ରମଜୀବୀଙ୍କୁ ସୁରକ୍ଷା ଶପଥ ପାଠ କରାଇଥିଲେ । ଏହି ଅବସରରେ ଶ୍ରୀ ସୁରେଶ କୁମାର ଉପସ୍ଥିତ କର୍ମଚାରୀ ଏବଂ ଶ୍ରମଜୀବିଙ୍କୁ ନିରାପତ୍ତା ନିମନ୍ତେ ନିଜର ଦାୟିତ୍ୱ ତଥା ନିଜର ସହ କର୍ମିଙ୍କ ପ୍ରତି କର୍ତ୍ତବ୍ୟ ବିଷୟରେ ସଚେତନତ କରାଇବା ସହ ମ୍ୟାନେଜମେଣ୍ଟ ପକ୍ଷରୁ ନିଆଯାଇଥିବା ଶୂନ୍ୟ ଦୁର୍ଘଟଣା ପ୍ରତିବଦ୍ଧତାକୁ ହୋହରାଇଥିଲେ । ପ୍ଲାଣ୍ଟର ଫ୍ୟାକ୍ଟ୍ରି ମ୍ୟାନେଜର ତଥା ିଭିପି ଇସ୍ୱାତ ମେକିଂ ଶ୍ରୀ ଦାମୋଦର ମିତ୍ତଲ ଗତ ମାସରେ ହୋଇଥିବା ସର୍ବାଧିକ ଉପôାଦନକୁ ନେଇ ଖୁସି ପ୍ରକାଶ ସହିତ ଆମର ଏହି ସଫଳତା ବିନା କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ଜେଏସପିଏଲ ଗ୍ରୃପର ସୁରକ୍ଷା ବିଭାଗ ମୁଖ୍ୟ ଶ୍ରୀ ରବିକାନ୍ତ ସୋମନୀ ସମସ୍ତ କର୍ମଚାରୀ ଏବଂ ଶ୍ରମଜୀବୀଙ୍କୁ ସୁରକ୍ଷା ଜନିତ ସମସ୍ତ ନିୟମକୁ ପାଳନ କରିବା ନିମନ୍ତେ ଆହ୍ୱାନ କରିବା ସହ କାର୍ଯ୍ୟ କ୍ଷେତ୍ରକୁ ଦୁର୍ଘଟଣା ଶୂନ୍ୟ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ପ୍ରକଶା କରିଥିଲେ । ଜେଏସପିଏଲର ଅନ୍ୟତମ ବରିଷ୍ଠ ଅଧିକାରୀ ତଥା ଇଭିପି-ସିଜିପି ଶ୍ରୀ ଏ.ଏନ.ତିୱାରୀ ଏବଂ ଜିଏମ ନିରାପତ୍ତା ଶ୍ରୀ ବି.ପି.ସିଂହ ମଧ୍ୟ ଉପସ୍ଥଇତ କର୍ମଚାରୀ ଏବଂ ଶ୍ରମଜୀବୀଙ୍କୁ ନିଜ ନିଜର ଅଭିଭାଷଣରେ ସଡ଼କ ସୁରକ୍ଷା ଏବଂ କମ୍ପାନୀ କାର୍ଯ୍ୟ ସ୍ତରରେ ସୁରକ୍ଷାକୁ ମାନି ଚଳିବା ନିମନ୍ତେ ଆହ୍ୱାନ କରିଥିଲେ । ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ, ବିଭାଗ ତଥା କଣ୍ଟା୍ରକ୍ଟରଙ୍କୁ ସୁରକ୍ଷା ନିୟମର ସର୍ବୋତ୍ତମ ଅନୁପାଳନ ନିମନ୍ତେ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ଆଗ୍ନିକ ଏବଂ ନିରାପତ୍ତା ବିଭାଗ ତରଫରୁ ବିଭିନ୍ନ ପ୍ରକାରର ସଡ଼କ ସୁରକ୍ଷା ସମ୍ବଦ୍ଧିତ ପ୍ରଚାର କାର୍ଯ୍ୟ ହାତକୁ ନିଆଯାଇଅଛି, ଯେଉଁଥିରେ ଡ଼ାଇଭରଙ୍କ ନିମନ୍ତେ ମାଗଣା ଚକ୍ଷୁ ଚିକିତ୍ସାର ବ୍ୟବସ୍ଥା, ଯାନ ବାହନର ବେଗର ଯାଞ୍ଚ ସହ ବିଭିନ୍ନ ପ୍ରକାରର ଅଭିନଭ କାର୍ଯ୍ୟକ୍ରମ ଯଥା ସଡ଼କ ସୁରକ୍ଷା ସମ୍ବନ୍ଧିତ ଫିଲ୍ମର ପ୍ରଦର୍ଶନ ଆଦି ଅନ୍ତର୍ଭୁକ୍ତ ।