ଟ୍ରାଙ୍କୁଲାଇଜ୍ ହେଲା ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ

Sep 29, 2022 - 06:29
 57
ଟ୍ରାଙ୍କୁଲାଇଜ୍ ହେଲା ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ
ଚୌଦ୍ୱାର ୨୯।୦୯ : ଟ୍ରାଙ୍କୁଲାଇଜ୍‌ ହେଲା ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ । ଏହାପରେ ହାତୀ ଆଠଗଡ଼ ରେଞ୍ଜ ଖୁଣ୍ଟୁଣିରେ ଛଡ଼ାଯିବାକୁ ନିଆଯାଇଛି। ନନ୍ଦନକାନନରୁ ଯାଇଥିବା ଟିମ୍ ଏହି ହାତୀକୁ ଟ୍ରାଙ୍କୁଲାଇଜ୍ କରିଛନ୍ତି । ଖବର ଅନୁଯାୟୀ, ଏ.ସି.ଏଫ୍ ଅନନ୍ତ କୁମାର ପ୍ରଧାନ ଓ ଚନ୍ଦକା DFO ଏମଡି ଜମିଲଙ୍କ ନେତୃତ୍ବରେ ଗୁରୁବାର ସକାଳୁ ନନ୍ଦନ କାନନରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆସି ଜଗତପୁର ପୀରବଜାର ବସନ୍ତ ମଠ ଜଙ୍ଗଲରେ ପହଞ୍ଚି ହାତୀକୁ ଟ୍ରାଙ୍କୁଲାଇଜ କରିଥିଲେ l ବୁଧବାର ହାତୀଟିକୁ ନିସ୍ତେଜ୍ କରାଯାଇଥିଲେ ମଧ୍ୟ ରାତି ଏବଂ ଜନଗହଳି ପାଇଁ ହାତୀଟିକୁ ସ୍ଥାନାନ୍ତର କରାଯାଇପାରିନଥିଲା। ସେଥିପାଇଁ ପୁଣି ଗୁରୁବାର ସକାଳୁ ହାତୀଟିକୁ ଦୁଇଟି ଟ୍ରାଙ୍କୁଲାଇଜ କରାଯାଇ ବେହୋସ୍ କରାଯାଇଥିଲା। ହାତୀଟି ବେହୋସ୍ ହେବାପରେ ତାକୁ ବେଲ୍ଟ ସହାୟତାରେ ବାନ୍ଧି ହାଇଡ୍ରା ଓ ଜେସିବି ଜରିଆରେ ହାଇୱା ଉପରକୁ ଉଠାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ନନ୍ଦନ କାନନରୁ ଆସିଥିବା ବିଶେଷଜ୍ଞ ଟିମ୍, ଚନ୍ଦକା ଡିଏଫଓ, କଟକ ବନ ବିଭାଗ ଓ ଫୁଲନଖରା ରେଞ୍ଜର, ଜଗତପୁର ପୋଲିସ ର ଉଦ୍ୟମରେ ହାତୀଟିକୁ ଉଦ୍ଧାର କରାଯାଇ ଆଠଗଡ଼ ରେଞ୍ଜ ଅନ୍ତର୍ଗତ ଖୁଣ୍ଟୁଣିରେ ଛଡ଼ାଯିବ ବୋଲି କହିଛନ୍ତି କଟକ ଏସି ଏଫ୍ ଅନନ୍ତ କୁମାର ପ୍ରଧାନ।