ଟ୍ରକରୁ ଲୁଟପାଟ ଅଭିଯୋଗରେ ୩ ଗିରଫ

Aug 22, 2018 - 17:38
 177
ଅନୁଗୋଳ ,୨୨/୮ ସକାଳଖବର) ଅନୁଗୋଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲାଠାରୁ ଗତ ୨୧ ତାରିଖ ବିଳମ୍ବିତ ରାତିରେ ଏକ ଟ୍ରକକୁ ଅଟକାଇ ଚାଳକଠାରୁ ଏକ ମୋବାଇଲ ଫୋନ ୬ ହଜାର ଟଙ୍କା ନେଇ ପଳାଇଥିଲେ । ଏନେଇ ଟ୍ରକ ଚାଳକ ବାବୁ ଗୋଟେ ଅନୁଗୋଳ ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ କରି ଆଜି ପଞ୍ଚମହଲା ଅଞ୍ଚଳର ବୈଷ୍ଠବ ନାଏକ, ସତ୍ୟବାନ ନାଏକ ଏବଂ ଜରାସିଂହା ଗାଁର ସଞ୍ଜୀବ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।