ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

Sep 12, 2022 - 12:10
 55
ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ସୋମବାର କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଏହି ମେଗା ଇଭେଣ୍ଟ ପାଇଁ ଦଳ ଘୋଷଣା କରିଛି । ସୋମବାର ଅପରାହ୍ନରେ ଚୟନ କମିଟ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୧୫ ଜଣିଆ ଦଳ ଚୟନ କରାଯାଇଥିଲା । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ବହୁ ଦେଶୀୟ ଟୁର୍ନାମେଣ୍ଟରେ ରୋହିତ ଶର୍ମା ଅଧିନାୟକ ହୋଇଥିବା ବେଳେ ଉପ-ଅଧିନାୟକ କେ.ଏଲ୍‌ ରାହୁଲଙ୍କୁ ଦାୟିତ୍ୱ ଦିଆଯାଇଛି । ଆହତ ରବିନ୍ଦ୍ର ଜାଡେଜା ଟି -୨୦ ବିଶ୍ୱକପ ଦଳରେ ସାମିଲ ହୋଇନାହାନ୍ତି, କିନ୍ତୁ ଭଲ କଥା ହେଉଛି ଦଳର ଅଗ୍ରଣୀ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଦଳକୁ ଫେରିଛନ୍ତି । ରବି ବିଷ୍ଣୋଇ ଏବଂ ଆବେଶ ଖାନ ଏସିଆ କପ୍‌ ୨୦୨୨ ପାଇଁ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ବିଶ୍ୱକପ ଦଳରେ ସ୍ଥାନ ବଜାୟ ରଖିପାରିନାହାନ୍ତି । ଅବଶିଷ୍ଟ ୧୩ ଖେଳାଳି ସମାନ ଥିବାବେଳେ ଜସପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ଫେରିଛନ୍ତି । ଏସିଆ କପରେ ଭାରତୀୟ ଦଳ ଖରାପ ପ୍ରଦର୍ଶନ କରିଥିଲା ଏବଂ ଦଳ ଫାଇନାଲରେ ପ୍ରବେଶ କରିପାରି ନଥିଲା । ଆଇସିସି ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (କ୍ୟାପ୍ଟେନ), କେ.ଏଲ୍‌ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ (ଉଇକେଟ କିପର), ଦୀନେଶ କାର୍ତ୍ତିକ (ଉଇକେଟ କିପର), ହାର୍ଦ୍ଦିିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ । ରିଜର୍ଭ ପ୍ଲେୟାର: ମହମ୍ମଦ ଶାମି, ଶ୍ରେୟସ୍‌ ଆୟର, ରବି ବିଷ୍ଣୋଇ, ଦୀପକ ଚହର