ଜେଇଇ ମେନ ପରୀକ୍ଷା ପାଇଁ ତାରିଖ ଘୋଷଣା
ଭୁବନେଶ୍ୱର : ଜେଇଇ ମେନ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଦୁଇଟି ପର୍ଯ୍ୟାୟରେ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହେବ । ଅପ୍ରେଲ ୧୬ରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ । ଏହି ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅପ୍ରେଲ ୨୧ ପର୍ଯ୍ୟନ୍ତ ଜାରିରହିବ । ସେହିପରି ମେ’ ୨୪ରୁ ୨୯ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହେବ । ଜେଇଇ ମେନ ପରୀକ୍ଷା ଦେବା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିବେ । ମାର୍ଚ୍ଚ ୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି ।
ଯେଉଁ ଛାତ୍ରଛାତ୍ରୀମାନେ ୨୦୨୦ ଓ ୨୦୨୧ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ଏବଂ ୨୦୨୨ରେ ଦ୍ୱାଦଶ ବୋଡର଼୍ ପରୀକ୍ଷା ପାଇଁ ଆବେଦନ କରିଥିବେ ସେମାନେ ଜେଇଇ ମେନ ପରୀକ୍ଷା ଦେଇପାରିବେ । ଜେଇଇ ମେନ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଜେଇଇ ଆଡ଼ଭାନ୍ସଡ଼ ପରୀକ୍ଷା ଦେବେ ।
ଇଂରାଜୀ, ହିନ୍ଦୀ, ଆସାମୀଜ, ବେଙ୍ଗଲି, ଗୁଜୁରାଟୀ, କନ୍ନଡ଼, ମରାଠୀ, ମାଲାୟଲମ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଧୁ ଭଳି ୧୩ ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ ।