ଭିଜିଲାନ୍ସ ଜାଲରେ ଅତିରିକ୍ତ ମାଜିଷ୍ଟ୍ରେଟ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

Feb 11, 2022 - 05:38
 57
ଭିଜିଲାନ୍ସ ଜାଲରେ ଅତିରିକ୍ତ ମାଜିଷ୍ଟ୍ରେଟ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
ସୁନ୍ଦରଗଡ ୧୧।୨: ଭିଜିଲାନ୍ସ ଜାଲରେ ଏଡିଏମ୍ । ସୁନ୍ଦରଗଡର ଅତିରିକ୍ତ ମାଜିଷ୍ଟ୍ରେଟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସୁନ୍ଦରଗଡର ଅତିରିକ୍ତ ମାଜିଷ୍ଟ୍ରେଟ୍ ବିଶ୍ବଜିତ ମହାପାତ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ସୁନ୍ଦରଗଡ ସମେତ ଭୁବନେଶ୍ବର, ଜଗତସିଂହପୁରରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ସ୍ଥିତ ଘର, ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଫ୍ଲାଟ୍, ଜଗତସିଂହପୁର ରଘୁନାଥପୁର ସ୍ଥିତ ପୈତୃକ ଘର, ଜଗତସିଂହପୁର ମଣିଜଙ୍ଗା ସ୍ଥିତ ସମ୍ପର୍କୀୟଙ୍କ ଘର, ସୁନ୍ଦରଗଡ ସ୍ଥିତ ସରକାରୀ ବାସଭବନ, ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସରେ ଥିବା ତାଙ୍କ ଚାମ୍ବର, ରାଜଗାଙ୍ଗପୁର ସ୍ଥିତ ଓସିଏଲ କ୍ୟାମ୍ପସରେ ଚଢାଉ । ଭୁବନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜ୍‌ ୱାରେଣ୍ଟ ବଳରେ ଚାଲିଛି ଚଢାଉ ।