ପାରାଦୀପ ବନ୍ଦର ନ୍ୟାସ ଓ ବିଶାଖାପାଟଣା ପୋର୍ଟ ଟ୍ରଷ୍ଟର ସରକାରୀ ଋଣ ଉପରେ ଦଣ୍ଡ ସୁଧ ଛାଡ଼ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

May 25, 2018 - 16:26
 203
ପ୍ରଧାନମବୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ନିମ୍ନମତେ ପାରାଦୀପ ବନ୍ଦର ନ୍ୟାସ ଓ ବିଶାଖାପାଟଣା ପୋର୍ଟ ଟ୍ରଷ୍ଟର ସରକାରୀ ଋଣ ଉପରେ ଦଣ୍ଡ ସୁଧ ଛାଡ଼ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ୩୧.୦୩.୨୦୧୭ ସୁଦ୍ଧା ପିପିଟି ଉପରେ ଥିବା ୧୦୭୬.୫୯ କୋଟି ଟଙ୍କାର ଜୋରିମାନା ସୁଧ ଛାଡ଼ ଏବଂ ଛାଡ଼ର ଅନୁମୋଦନ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ ଅର୍ଥରାଶି ଉପରେ ଛାଡ଼କୁ ଅନୁମୋଦନ । ଦଣ୍ଡ ସୁଧ ଛାଡ଼ ଅନୁମୋଦନ ତାରିଖ ସୁଦ୍ଧା ହୋଇଥିବା ଦଣ୍ଡ ସୁଧର ୦.୨୫% ହାରରେ ପିପିଟି ପରିଶୋଧ କରିବ । ରିହାତି ଅନୁମୋଦନ ତାରିଖ ସୁଦ୍ଧା ୩୮୭.୭୪ କୋଟି ଟଙ୍କାର ମୂଳଧନ ଏବଂ ବକେୟା ସୁଧ ପିପିଟି ପୁନଃପରିଶୋଧ କରିବା ଆରମ୍ଭ କରିବ । ଏହି ପୁନଃପରିଶୋଧ ପ୍ରକ୍ରିୟା ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ଦୁଇଟି କିସ୍ତିରେ ପୂରଣ ହେବ । ସୂଚନାଯୋଗ୍ୟ ଯେ ୧୯୬୭ରୁ ୨୦୦୨ ମଧ୍ୟରେ ବିଭିନ୍ନ ଭିତିଭୂମି ପ୍ରକଳ୍ପ ଲାଗି ପାଣ୍ଠି ଆବଶ୍ୟକତା ପୂରଣ ନିମନ୍ତେ ପିପିଟି ବିଭିନ୍ନ ଉତ୍ସରୁ ସରକାରଙ୍କଠାରୁ ୬୪୨.୬୯ କୋଟି ଟଙ୍କାର ଋଣ ନେଇଥିଲା । ୧୯୮୭-୮୮ ପର୍ଯ୍ୟନ୍ତ ପିପିଟି କ୍ଷତିରେ ଚାଲୁଥିଲା । ୫ ବର୍ଷର ବର୍ଦ୍ଧିତ ଅବଧି ସହ ୨୦ ବର୍ଷରେ କିସ୍ତି ଆକାରରେ ଏହି ଋଣ ପରିଶୋଧ କରାଯାଇଥାନ୍ତା । ତେବେ ଠିକଣା ସମୟରେ ଋଣ ପରିଶୋଧ ନହେବାରୁ ୩୧.୦୩.୨୦୧୭ସୁଦ୍ଧା ପାରଦୀପ ବନ୍ଦର ଉପରେ ମୂଳଧନ ଏବଂ ସୁଧର ପରିମାଣ ୧୭୪୩.୬୯ କୋଟି ଟଙ୍କାରେ ପହଁଚିଥିଲା । ଭବିଷ୍ୟତର ବିକାଶମୂଳକ ପ୍ରକଳ୍ପ ଏବଂ କର୍ମଚାରୀଙ୍କ ପେନସନ ଦେୟତା ଲାଗି ପାରଦୀପ ବନ୍ଦରର ୬,୬୯୫ କୋଟି ଟଙ୍କାର ଆବଶ୍ୟକତା ରହିଛି । ତେଣୁ ପିପିଟି ମୋଟ ୧,୭୪୩.୬୯ କୋଟି ଟଙ୍କାର ଋଣ ପରିଶୋଧ କରିବା ସ୍ଥିତିରେ ନଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି । ସେହିପରି ବିଶାଖାପାଟଣା ପୋର୍ଟ ଟ୍ରଷ୍ଟର ୩୧.୦୩.୨୦୧୭ ସୁଦ୍ଧା ଭିପିଟି ଉପରେ ଥିବା ୨୫୦.୮୯ କୋଟି ଟଙ୍କାର ଦଣ୍ଡ ସୁଧଛାଡ଼ ଏବଂ ଛାଡ଼ର ଅନୁମୋଦନ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ ଅର୍ଥରାଶି ଛାଡ଼କୁ ଅନୁମୋଦନ; ଦଣ୍ଡ ସୁଧ ଛାଡ଼ ଅନୁମୋଦନ ତାରିଖ ସୁଦ୍ଧା ହୋଇଥିବା ଦଣ୍ଡ ସୁଧର ୦.୨୫% ହାରରେ ଭିପିଟି ପରିଶୋଧ କରିବ । ରିହାତି ଅନୁମୋଦନ ତାରିଖ ସୁଦ୍ଧା ୪୪.୬୯ କୋଟି ଟଙ୍କାର ମୂଳଧନ ଏବଂ ବକେୟା ସୁଧ ଭିପିଟି ପୁନଃପରିଶୋଧ କରିବା ଆରମ୍ଭ କରିବ । ଏହି ପୁନଃପରିଶୋଧ ପ୍ରକ୍ରିୟା ୨୦୧୮-୧୯ ଆର୍ଥିକ ବର୍ଷରେ ଗୋଟିଏ କିସ୍ତିରେ ପୂରଣ ହେବ ।