ଚୋରୀ ଅଭିଯୋଗରେ ୪ ଗିରଫ

Feb 7, 2019 - 17:41
 170
ଅନୁଗୋଳ,୭/୨(ସକାଳଖବର): ଅନୁଗୋଳ ସହରର ବିଭିନ୍ନ ଇଲାକାରେ ଚୋରୀ ହେଉଥିବାବେଳେ ଆଜି ପୁଲିସ ୨ଜଣ ଚୋରକୁ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ବାଇକ, ଟିଭି, କ୍ୟାମେରା, ଲାପଟପ, ଟାବଲେଟ, ମୋବାଇଲ ଆଦି ଜବତ କରିଛି । ଚୋରୀ ସାମଗ୍ରୀ କିଣିଥିବା ଅଭିଯୋଗରେ ମଧ୍ୟ ପୁଲିସ ୨ଜଣଙ୍କୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ, ଅନୁଗୋଳ ସହରର ତାମ୍ରିତ କଲୋନୀ, ଅମଲାପଡ଼ା ଅଞ୍ଚଳର ୩ଟି ସ୍ଥାନରୁ ଚୋରୀ ହୋଇଥିବା ନେଇ କିଛି ଦିନ ତଳେ ଅଭିଯୋଗ ହୋଇଥିଲା । ପୁଲିସ ଏହି ଘଟଣାରେ ତଦନ୍ତ କରି ଚୋରୀ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ହାକିମପଡ଼ାର ସୌମ୍ୟରଞ୍ଜନ ଓଝା ଓ ଲିପୁନ ବେହେରା ଆଉ ତାଙ୍କ ନିକଟରୁ ୨ଟି ବାଇକ ସମେତ ୨ଟି ଲାପଟପ, ୨ଟି ସାମସଙ୍ଗ ଏଲସିଡ଼ି ଟିଭି ୩ଟି ଟାବଲେଟ ଓ ଗୋଟିଏ ସୋନି କ୍ୟାମେରା ଏବଂ ୧୦ଟି ମୋବାଇଲ ଜବତ କରିଛି ।