ଓଆରଏଚଡିସି ଦୁର୍ନୀତି ମାମଲା

Jul 19, 2018 - 14:20
 146
ଓଆରଏଚଡିସି ଦୁର୍ନୀତି ମାମଲା
କଟକ,୧୯ା୭(ସକାଳଖବର): ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ ନିମ୍ନ ଅଦାଲତ ଜାରି କରିଥିବା ଗିରଫ ବିହୀନ ପରୱାନା (ଏନବିଡବ୍ଲୁ୍ୟ)କୁ ଚାଲେଞ୍ଜ କରି ଦାୟର ମାମଲା ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ଣ୍ଣାଙ୍ଗ ଶୁଣାଣି କରି ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରିଛନ୍ତି । ତେବେ ଆଇଏଏସ ବିନୋଦ କୁମାରଙ୍କ ସମେତ ୫ ଆବେଦନକାରୀଙ୍କ ଆବେଦନ ଉପରେ କୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଓଆରଏଚଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ରାୟ ପ୍ରକାଶ କରି ୬ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।