ଚିଟଫଣ୍ଡ ପ୍ରସଙ୍ଗରେ ପୁଣି ସିବିଆଇର ତନାଘନା

Mar 13, 2022 - 07:16
 65
ଚିଟଫଣ୍ଡ ପ୍ରସଙ୍ଗରେ ପୁଣି ସିବିଆଇର ତନାଘନା
କଟକ : ଚିଟଫଣ୍ଡ ଠକେଇର ତଦନ୍ତ କରୁଥିବା ସିବିଆଇ ବେଶ କିଛିଦିନ ଥମି ଯାଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ଅନେକ ପ୍ରଶ୍ନ ଉଠୁଥିଲା । କିନ୍ତୁ ଏବେ ସିବିଆଇ ପୁଣି ଥରେ କଡ଼ ଲେଉଟାଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୂର୍ବତନ ଆଡ଼ଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କୁ ସିବିଆଇ ପଚରାଉଚରା କରିଥିବା ଜଣାପଡ଼ିଛି । ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀ ଏବେ ଜେଲରେ ରହିଥିବାବେଳେ ତାଙ୍କ ଜାମିନ ପ୍ରସଙ୍ଗ ନେଇ ଶ୍ରୀ ମହାନ୍ତିଙ୍କୁ ସିବିଆଇ ପଚରାଉଚରା କରିଛି । ପୂର୍ବରୁ ଏହି ପ୍ରସଙ୍ଗରେ ଆଡ଼ଭୋକେଟ ଜେନେରାଲଙ୍କୁ ସିବିଆଇ ଗିରଫ ମଧ୍ୟ କରିଥିଲା । ତେବେ ଏହାକୁ ନେଇ ସାରା ରାଜ୍ୟର ଓକିଲମାନେ ଜୋରଦାର ବିରୋଧ କରିଥିଲେ । ପରେ ଶ୍ରୀ ମହାନ୍ତିଙ୍କୁ ଜାମିନ ମିଳିଥିଲା । ୨୦୧୪ ସେପ୍ଟେମ୍ବର ୨୨ରେ ସିବିଆଇ ଶ୍ରୀ ମହାନ୍ତିଙ୍କୁ ଗିରଫ କରିଥିଲା । ଏଟି ଗ୍ରୁପ ଅଧ୍ୟକ୍ଷ ପ୍ରଦୀପ ସେଠୀଙ୍କ ଠାରୁ ଶ୍ରୀ ମହାନ୍ତି ଏକ ଜମି କିଣିଥିବାରୁ ସିବିଆଇ ସ୍କାନରକୁ ଆସିଥିଲେ ।