ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ମେଗା ରକ୍ତ ଦାନ ଶିବିର

Sep 21, 2021 - 09:44
 56
ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ମେଗା ରକ୍ତ ଦାନ ଶିବିର
ସୁବର୍ଣ୍ଣପୁର: ଓଡିଶା ମୋ ପରିବାର ଆନୁକୂଲ୍ୟରେ ଓ ଜ଼ିଲ୍ଲା ଭାରତ ସ୍କାଉଟ ଗାଇଡ଼ ପକ୍ଷରୁ ଆୟୋଜନ ହୋଇଥିଲା ବିରାଟ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆଜି ସୁବର୍ଣ୍ଣପୁରର ମହାରାଜା ହାଇସ୍କୁଲଠାରେ ଏକ ଜୀବନ ବିନ୍ଦୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଜ଼ିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ, ଅତିରିକ୍ତ ଜ଼ିଲ୍ଲା ଶିକ୍ଷାଧିକାରୀ ରମାକାନ୍ତ ଗଡ଼ତିଆ, ଜ଼ିଲ୍ଲା ବିଜ୍ଞାନ ନିରୀକ୍ଷକ ହିମାଂଶୁ କର, ଜ଼ିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଦୁର୍ଯ୍ୟୋଧନ ରାଉତ, ଯୋଗ ଦେଇ ଓଡିଶା ମୋ ପରିବାର ରକ୍ତ ଦାନ ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ରକ୍ତ ଦାତା ଓ ଆୟୋଜକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସଭାକୁ ଶ୍ରୀ ରାଉତ ସଂଯୋଜନା କରିଥିବା ବେଳେ ବାଙ୍କୀପାଳ ହାଇସ୍କୁଲ ପିଇଟି ସଂଜୀବ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ସମୁଦାୟ ୭୬ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି ।