ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ନେଇ ତେଜିଲା ରାଜନୈତିକ ବୟାନବାଜି; ବିଜେପି, କଂଗ୍ରେସ ସରକାରଙ୍କୁ କଲେ ଟାର୍ଗେଟ୍
ଭୁବନେଶ୍ୱର: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ପ୍ରସଙ୍ଗରେ ରାଜନୈତିକ ବୟାନବାଜି ତେଜିଛି। ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ ବିଜେଡି ଏହାର ଜବାବ ରଖିଛି। ବିଜେପି ମହିଳା ଶାଖା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ଅପରାଧୀମାନଙ୍କୁ ନେଇ ଏ ସରକାର। ଯିଏ ଅପରାଧୀ ତାକୁ ଏଠି କାୟା ଓ ଛାୟା ମିଳେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି | ସେ ସରକାରଙ୍କ ପାଇଁ ସବୁ କାମ କରୁଥିଲେ, ଗୋବିନ୍ଦ ସାହୁ ପାଖରେ ସବୁ ତଥ୍ୟ ଥିଲା ବୋଲି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ୍ୟ କରାଗଲା। ଏ ସରକାର ଅପରାଧୀଙ୍କ ସରକାର, ଆଗରୁ ମାହାଙ୍ଗାରେ ଦିବ୍ୟସିଂହ ବରାଳ ଓ ଆଉ ଜଣେଙ୍କୁ ହତ୍ୟା କରାଯିବା ପରେ ମୁଖ୍ୟ ଅଭିଯୁକ୍ତକୁ ମାରିଦିଆଗଲା। ତଥ୍ୟ ଲୁଚାଗଲା, ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କ୍ଲିନଚିଟ ମିଳିବା ଲାଗି। ଏଠି ସେମିତି ୩ ଜଣ ପୂର୍ବତନ ମନ୍ତ୍ରୀଙ୍କୁ କ୍ଲିନଚିଟ ଦେବା ଲାଗି ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଛି। ଯିଏ ନରମ ପଡିଲା ତା ଉପରେ ଗରମ ପଡିଲା। ଗୋବିନ୍ଦଙ୍କ ମୃତ୍ୟୁ ହେଲାନି ଯେ ମମିତା ହତ୍ୟାକାଣ୍ଡ ସରକାରୀ ଖାତାରୁ ହଟିଗଲା। ପୂର୍ବରୁ ଇତିଶ୍ରୀ, ବେବିନା ଭଳି ଖବରକୁ ଚାପି ଦିଆଯାଇଛି। ଆଜି ସେହିଭଳି ମମିତା ଘଟଣା ମଧ୍ୟ ଚାପି ଦିଆଯିବ। ଦଳ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏ ସରକାରରେ ଯିଏ ଅଘଟଣ ଘଟାଇବ ତାକୁ ସବୁ ନ୍ୟାୟିକ ସାହାଯ୍ୟ ମିଳିବ। ଯାହା ମାଧ୍ୟମରେ କରାଯିବ ତାକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯିବ। ଆଜି ଗୋବିନ୍ଦ ସାହୁଙ୍କ ପାଖରେ ସମସ୍ତ ତଥ୍ୟ ଥିଲା ବୋଲି ତାଙ୍କୁ ବାଧ୍ୟ କରାଗଲା ଆତ୍ମହତ୍ୟା କରିବା ପାଇଁ । ଆଜି ଗୋବିନ୍ଦ ସାହୁ ମରିଗଲେନି ଯେ ଦିବ୍ୟଶଙ୍କର ମିଶ୍ର କ୍ଲିନଚିଟ ହୋଇଗଲେ। ଏ ହେଉଛି ଏହି ସରକାରର ଜ୍ୱଳନ୍ତ ଉଦାହରଣ। ଯାହା ପାଖରେ ସତ ଆଉ ତଥ୍ୟ ଅଛି, ତାକୁ ବାଧ୍ୟ କରାଯିବ ଆତ୍ମହତ୍ୟା କରିବା ପାଇଁ।