ଗୁଳି କରି ୭ ଲକ୍ଷ ଲୁଟ୍

Nov 30, 2018 - 17:28
 162
ଗୁଳି କରି ୭ ଲକ୍ଷ ଲୁଟ୍
ଜଗତସିଂହପୁର, ୩୦,୧୧(ସକାଳଖବର): ପାରାଦ୍ୱୀପ ଇଫକୋ ଛକରୁ ଦୁର୍ବୃତ ମାନେ ଆଜି ଦିନ ଦ୍ୱିପ୍ରହରରେ ଗୁଳି କରି ୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏଟିଏମ୍ ରେ ଟଙ୍କା ଭରିବା ପାଇଁ ଟଙ୍କା ନେଇ ଯାଉଥିବା ଏକ ଘରୋଇ କମ୍ପାନୀର ଗାଡି ଉପରକୁ ଗୁଳି କରି ଦୁର୍ବୃତ ମାନେ ଟଙ୍କା ଲୁଟି ନେଇଛନ୍ତି । ଗାଡିରେ ୩ ଜଣ କର୍ମଚାରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକ ଡ଼ାହାଣ ଗୋଡରେ ଗୁଳି ବାଜିଛି । ଆହତଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣା ପରେ ଏକ ବାଇକ୍ ରେ ଆସିଥିବା ତିନି ଦୁର୍ବୃତ ସେଠାରୁ ଚମ୍ପଟ୍ ମାରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ପୋଲିସ ଛାନଭିନ୍ ଆରମ୍ଭ କରିଛି ।