ଗୁରୁର ସ୍ଥାନ ନେଇପାରିବନି ଗୁଗୁଲ :ଭେଙ୍କେୟା

Apr 1, 2019 - 18:30
 187
ଭୁବନେଶ୍ୱର,୧/୪(ସକାଳଖବର): ଭାରତୀୟ ସଂସ୍କୃତି ଓ ଐତିହ୍ୟକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ପଡିବ । ନିଜ ମାତୃଭାଷାରେ କଥାବାର୍ତା କରିବାପାଇଁ ଉଭୟ ଅଭିଭାବକ ଓ ଶିକ୍ଷକମାନେ ପିଲାମାନଙ୍କୁ ଉତ୍ସାହିତ କରିବା ଦରକାର । ଗୁଗୁଲ କେବେ ଗୁରୁର ସ୍ଥାନ ନେଇପାରିବନାହିଁ ବୋଲି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରକାଶ କରିଛନ୍ତି । ସୋମବାର ସାଇ ଇଂଟରନ୍ୟାସନାଲ ସ୍କୁଲର ସମାବର୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ନିଜ ବାପା-ପୁଅଙ୍କୁ କେବେହେଲେ ଅବହେଳା କରନାହିଁ । ଡାଡି ମମି ବଦଳରେ ବାପା ମା ଡାକ । ଘରେ ସବୁବେଳେ ମାତୃଭାଷା କୁହ ବିଶ୍ୱର ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଜନ୍ମସ୍ଥାନକୁ ଭୁଲନାହିଁ । ଗୁରୁ, ଦେଶ ଓ ରାଜ୍ୟକୁ କେବେ ବି ଭୁଲନାହିଁ । ଜୀବନ ରେ ସବୁବେଳେ ଖୁସି ଓ ଆନନ୍ଦରେ ରହିବାକୁ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ କହିଥିଲେ । ଉଦବୋଧନ ଆରମ୍ଭରୁ ଉପରାଷ୍ଟ୍ରପତି ଓଡିଆରେ ଅଭିଭାଷଣ ଆରମ୍ଭ କରି ସମସ୍ତଙ୍କୁ ଉକ୍ରଳ ଦିବସର ଅଭିନନ୍ଦନ ଜଣାଇଥିଲେ । ସୋମବାର ପୂର୍ବାହ୍ନରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭାରତୀୟ ବାୟୁ ସେନାର ରାଜହଂସ ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲୋ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଓ ବରିଷ୍ଠ ପୋଲିସ ଅଧିକାରୀ ପ୍ରମୁଖ ଶ୍ରୀ ନାଇଡୁଙ୍କୁ ସ୍ୱାଗତ କରିଥିଲେ । ଏହାପରେ ରାଜ୍ୟପାଳଙ୍କ ସହ ଉପରାଷ୍ଟ୍ରପତି ରାଜଭବନକୁ ଯାଇଥିଲେ । ସେଠାରୁ ସେ ସାଇ ଇଂଟର ନେସନାଲ ସ୍କୁଲକୁ ଯାଇଥିଲେ ।